ଯୁବ ଆଇନଜୀବୀ ନିର୍ମାଲ୍ୟ ପଣ୍ଡାଙ୍କ ବିୟୋଗରେ ଶୋକସଭା

ବାଲେଶ୍ୱର, (ସରୋଜ ପଣ୍ଡା):କରୋନାରେ ମୃତ୍ୟୁ ବରଣ କରିଥିବା ଯୁବ ଆଇନଜୀବୀ ନିର୍ମାଲ୍ୟ ପଣ୍ଡାଙ୍କ ଉଦ୍ଦେଶ୍ୟରେ ବାଲେଶ୍ୱର ଓକିଲ ସଂଘ ପକ୍ଷରୁ ଏକ ଶୋକସଭା ସ୍ଥାନୀୟ କଚେରୀ ହତା ପରିସରର ୨ ନଂ ବାରରେ ଗୁରୁବାର ଅନୁଷ୍ଠିତ ହୋଇଛି । ଓକିଲ ସଂଘ ସଭାପତି ମନୋଜ କୁମାର ନାୟକ ଏଥିରେ ସଭାପତିତ୍ୱ କରିବା ସହିତ ଦିବଂଗତ ନିର୍ମାଲ୍ୟ ପଣ୍ଡାଙ୍କ ଗୁଣାବଳି ସମ୍ପର୍କରେ ସୂଚନା ଦେଇଥିଲେ । ବିଶେଷ କରି ତୃତୀୟ ଲହର କରୋନା ସକ୍ରିୟ ହେଉଥିବା ବେଳେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଓକିଲ ସଂଘର ସମ୍ପାଦକ ସମ୍ବିତ କୁମାର ନନ୍ଦୀ, ସହ-ସମ୍ପାଦକ ସୂର୍ଯ୍ୟକାନ୍ତ କର, ବରିଷ୍ଠ ଆଇନଜୀବୀ ରଘୁନାଥ ମହାଳିକ, ପ୍ରତାପ ଚନ୍ଦ୍ର ମହାନ୍ତି, ରାଇମୋହନ ପଟ୍ଟନାୟକ, ବିଦ୍ୟାଧର ସାହୁ, ରଣଶଜିତ ପଣ୍ଡା, ଜୟନ୍ତ କୁମାର ପରିଡ଼ା, ଜୟନାରାୟଣ ପଣ୍ଡା, ଲମ୍ବୋଦର ନାୟକ ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଜଣେ ଉଦୀମାନ ଆଇନଜୀବୀ ଭାବେ ତାଙ୍କର ଆକଳ ବିୟୋଗ ପରିବାର ସମେତ ବାଲେଶ୍ୱର ଓକିଲ ସମାଜ ପାଇଁ ଅପୂରଣୀୟ କ୍ଷତି ବୋଲି ସେମାନେ ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ପଣ୍ଡାଙ୍କ ଉଦ୍ଦେଶ୍ୟରେ ସମସ୍ତେ ନିରବ ପ୍ରାର୍ଥନା ସହ ଦିବଂଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ସ୍ୱର୍ଗତ ପଣ୍ଡାଙ୍କ ସମ୍ମାନରେ ଗୋଟିଏ ଦିନ ପାଇଁ ବାଲେଶ୍ୱରର ସମସ୍ତ ଓକିଲ କାର୍ଯ୍ୟବନ୍ଦ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ