ଯୁବ ଆଇନଜୀବୀ ୫ହଜାର ପ୍ରଦାନ କଲେ ସିଏମ୍ ରିଲିଫ ଫଣ୍ଡକୁ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):କରୋନା ଭଇରସର ଆତଙ୍କରେ ସାରା ବିଶ୍ୱବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । କରୋନାରେ ଆକ୍ରାନ୍ତ ବ୍ୟକ୍ତି ମାନଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଭାବେ ସାହାର୍ଯ୍ୟ କରି ଆସୁଛନ୍ତି । ଏହି ଘଡିସନ୍ଧି ମୁହୁର୍ତ୍ତରେ ଲୋକଙ୍କ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ବିନିଯୋଗ କରାଯାଉଛି । ପାରଳାଖେମୁଣ୍ଡି ସହରର ଯୁବ ଆଇନଜୀବୀ ପ୍ରବୀଣ କୁମାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫ହଜାର ଟଙ୍କା ପ୍ରଦାନ କରିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମହତ୍ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଲୋକ ସେବା ପାଇଁ ଏହି ଅର୍ଥ ପ୍ରଦାନ କରିଛି । ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେବଙ୍କ ଜରିଆରେ ଯୁବ ଆଇନଜୀବୀ ପ୍ରବୀଣ କୁମାର ଏହା ପ୍ରଦାନ କରିଥିବା ସୁଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ