ଯୁବ ଓ ଛାତ୍ର ବିଜେଡିର ସାଙ୍ଗଠନିକ ବୈଠକ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଯୁବ ଓ ଛାତ୍ର ବିଜେଡିର ଏକ ସାଙ୍ଗଠନିକ ବୈଠକ ଶୁକ୍ରବାର ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂଗଠନର ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧନା ଜ୍ଞ।ପନ କରାଯିବା ସହ କନ୍ଧମାଳ ଜିଲାରେ ସଂଗଠନକୁ କିପରି ମଜବୁତ କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା। ଆୟୋଜିତ କାର‌୍ୟ୍ୟକ୍ରମରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ଜିଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ଜିଲା ପରିଷଦ ଉପାଧ୍ୟକ୍ଷା ସାରଥି ମଲିକ, ସଦସ୍ୟା ଅନୁରାଧା ସାହୁ,ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ପ୍ରମୁଖ ଉପସ୍ଥିତ ଥିଲେ। ନୂତନ ଯୁବ ବିଜେଡି ସଭାପତି ବିଷ୍ନୁଚରଣ ମଲିକ କାର‌୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ଛାତ୍ର ବିଜେଡି ସଭାପତି ସୁନୀଲ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ନୂତନ କର୍ମକର୍ତ୍ତା ମାନେ ସେବା ମନୋଭାବ ରଖି କାମ କରିବା ସହ ଦଳକୁ ଜିଲାରେ ମଜବୁତ କରିବା ଦିଗରେ କାର‌୍ୟ୍ୟ କରନ୍ତୁ ବୋଲି ବକ୍ତା ମାନେ ସେମାନଙ୍କ ଅଭିଭାଷଣରେ ଯୁବ ଓ ଛାତ୍ର ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ କନ୍ଧମାଳ ସାଂସଦ ସ୍ୱତନ୍ତ୍ର ଭାବେ କନ୍ଧମାଳ ଜିଲା ସଭାପତି, ଯୁବ ସଭାପତି ଓ ଛାତ୍ର ସଭାପତିଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠିତ କାର‌୍ୟ୍ୟକ୍ରମରେ ଜିଲାର ସମସ୍ତ ୧୨ଟି ବ୍ଳକର ଯୁବ ଓ ଛାତ୍ର ବିଜେଡ଼ିର ସମସ୍ତ କର୍ମକର୍ତ୍ତାମାନେ ଏଥିରେ ସାମିଲ୍‍ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ