ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ର ପ୍ରତିନିଧି ଦଳଙ୍କ ବାଲେଶ୍ୱରର ବାତ୍ୟା ଅଞ୍ଚଳ ପରିଦର୍ଶନ
ବାଲେଶ୍ୱର, (ସରୋଜ ପଣ୍ଡା):ସୋମବାର ଏଆଇସିସି ସଭ୍ୟ ନବଜ୍ୟୋତି ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର,ଛାତ୍ର କଂଗ୍ରେସ ସଭାପତି ଉଦ୍ଦୀତ ପ୍ରଧାନ ଓ ପିସିସି ପୂର୍ବତ୍ତନ ସାଧାରଣ ସମ୍ପାଦକ ପଦ୍ମକର ଗୁରୁ ପ୍ରମୁଖ ରେମୁଣା ନିର୍ବାଚନ ମଣ୍ଡଳୀର ବନ୍ୟା ଓ ବାତ୍ୟା ବିପନ୍ନଙ୍କୁ ସାକ୍ଷାତ ଆଲୋଚନା ସହିତ ସୁବିଧା ଅସୁବିଧା ପଚାରି ବୁଝିଲେ। ଏଆଇସିସି ସଭ୍ୟ ତଥା କଂଗ୍ରେସର ପୂର୍ବତନ ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ନବଜ୍ୟୋତି ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରଦେଶ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର ଏକ ପ୍ରତନିଧି ଦଳ ବାଲେଶ୍ୱର ଜିଲ୍ଲା ସଭାପତି ସଞ୍ଜୀବ ଗିରି ଙ୍କ ସହ ଗତକାଲି ସନ୍ଧ୍ୟାରେ ରେମୁଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବନ୍ୟା ଓ ବାତ୍ୟା ବିପନ୍ନଙ୍କୁ ସାକ୍ଷାତ ଆଲୋଚନା ସହିତ ସେମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ। କେନ୍ଦ୍ରାପଡ଼ା ଓ ଚାନ୍ଦବାଲି ବାତ୍ୟା ପରିଦର୍ଶନରେ ଯାଇ ବିଳମ୍ବ ହେଲେ ସୁଦ୍ଧା ପ୍ରତିଶୃତି ରକ୍ଷା କରି ଶ୍ରୀ ପଟ୍ଟନାୟକ ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଲୋକମାନଙ୍କୁ ଭେଟିଥିଲେ। ପୂର୍ବରୁ ଅପେକ୍ଷା କରିଥିବା ରେମୁଣାର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁଦର୍ଶନ ଜେନାଙ୍କ ନେତୃତ୍ବରେ ଦହପଡା ପଞ୍ଚାୟତର ଯୁବକ ମାନେ ଶ୍ରୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇ ପାଛୋଟି ନେଇଥିଲେ। ଦହପଡା ପଞ୍ଚାୟତ “ପଚା” ଛକଠାରୁ ମୁସଲିମ ସାହି ପର୍ଯ୍ୟନ୍ତ ବନ୍ଧର ଦୁଇ ପାର୍ଶ୍ଵରେ ବାତ୍ୟା ବିପନ୍ନ ଆଦିବାସୀ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ସରକାରୀ ସହାୟତା ତୁରନ୍ତ କିପରି ମିଳିପାରିବ ସେ ବିଷୟରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜେନା ଏବଂ ଛାତ୍ର, ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଆଲୋଚନା କରି ପ୍ରଶାସନ ନିକଟରେ ପହଞ୍ଚାଇବାକୁ କହିଥିଲେ। ଏହି ପରିଦର୍ଶନ ସମୟରେ ପୂର୍ବତନ ବିଧାୟକ ସୁଦର୍ଶନ ଜେନାଙ୍କ ସମେତ ସଦର କଂଗ୍ରେସର ଯୁବନେତା ସରୋଜ କୁମାର ଲେଙ୍କା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ର କଂଗ୍ରେସ ସଭାପତି ଗୈାତମ ସାହୁ,ତୁଷାର ତପସ୍ୱୀ,ଦେବଦତ୍ତ ଦାସ, ଶ୍ରୀକାନ୍ତ ବୁଗୁଡ଼ାଇ,ଜୀବନ ମହାପାତ୍ର, ପ୍ରମୁଖଙ୍କ ସହିତ ଦହପଡା ପଞ୍ଚାୟତର ଯୁବଗୋଷ୍ଠୀ ମାନେ ସାମିଲ ହୋଇଥିଲେ।