ଯୁବ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତ ବେହେରାଙ୍କୁ ଶୁଭେଚ୍ଛା

ନୟାହାଟ (ଜୁଗାବ୍ଦ ନ୍ୟୁଜ୍‍): ପ୍ରଥମ ଥର କାକଟପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ତୁଷାରକାନ୍ତ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ସାମିଲ କରିଥିବାରୁ କାକଟପୁର-ନୟାହାଟ ବିଜେଡିରେ ଆନନ୍ଦର ଲହରୀ ଖେଳିଯାଇଛି । ନବନିର୍ବାଚିତ ବିଧାୟକ ଶ୍ରୀ ବେହେରାଙ୍କୁ ଯୁବ କ୍ରୀଡ଼ାମନ୍ତ୍ରୀ ପଦ ପାଇବାପରେ ପ୍ରଥମେ ଗତ ବୁଧବାର ରାତି ୧୦ଟାରେ ମା’ ମଙ୍ଗଳାକୁ ଦର୍ଶନ କରିଥିଲେ । ଏହି ଅବସରରେ ବଉଲାଙ୍ଗ ସରପଞ୍ଚ କମଳାକାନ୍ତ କୁଅଁର, ଦେସ୍ଥଳୀ ସରପଞ୍ଚ ମୋହନୀ ନାୟକ, ଧୂମାଳ ବିଜେଡି ସଭାପତି ଟୁକୁନା ମହାନ୍ତି, ଭାଗୀରଥି ବେହେରା, ଜଙ୍ଗଲବୋରୀ ବିଜେଡି ସଭାପତି କାହ୍ନୁଚରଣ ସାହୁ, ନୟାହାଟ ବ୍ୟବସାୟୀ ସଂଘର ପୂର୍ବତନ ସଭାପତି କେଦାରନନ୍ଦୀ ପ୍ରମୁଖ କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କାକଟପୁରର ବିକାଶ ସହିତ ରାଜ୍ୟର କ୍ରୀଡ଼ା କ୍ଷେତ୍ରରେ ବିକାଶ ଲାଗି ଉଦ୍ୟମ ଜାରି ରଖିବି ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା ପ୍ରତିକ୍ରିୟା ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ