ଯୁବ ଜ୍ୟୋତିବିଜ୍ଞାନୀ ଓ ବାସ୍ତୁବିତ ବିକ୍ରମ ସାହୁ ସମ୍ବର୍ଦ୍ଧିତ

ଚୌଦ୍ୱାର,(ଦୀପକ୍ କୁମାର ବେଉରା) :ଚୌଦ୍ୱାର ଅଞ୍ଚଳର ଜଣେ ଉଦୟମାନ ଯୁବ ଜ୍ୟୋତିବିଜ୍ଞାନୀ ତଥା ବାସ୍ତୁବିତ ବିକ୍ରମ ସାହୁ ଜାତୀୟ ସ୍ତରରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଭୁବନେଶ୍ୱରରେ ଇଣ୍ଡିଆନ ବାସ୍ତୁ ଓ ଆଷ୍ଟ୍ରୋଲୋଜିକାଲ ରିସର୍ଚ ସେ ର ପକ୍ଷରୁ ଅନୁଷ୍ଠିତ ଜାତୀୟ ସମ୍ମିଳନୀରେ ବିକ୍ରମଙ୍କୁ “ଜ୍ୟୋତିଷ ସମ୍ରାଟ” ସମ୍ନାନରେ ସମ୍ମାନୀତ କରାଯାଇଛି । ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିକ୍ରମଙ୍କ ସ୍ୱର୍ଣ୍ଣପଦକ ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଖୁବ୍ କମ ବୟସରେ ବିକ୍ରମ ଯୁବ ଜ୍ୟୋତିବିଜ୍ଞାନୀ ଓ ବାସ୍ତୃକାର ଭାବେ ନାମ କମାଇଛନ୍ତି । ତାଙ୍କର ଯୋଗଦାନ ପାଇଁ ଚତୁର୍ଥ ଜାତୀୟ ଜ୍ୟୋର୍ତିବିଦ୍ ସମ୍ମିଳନୀରେ ତାଙ୍କୁ ସମ୍ମାନୀତ କରାଯାଇଥିଲା । ଚୌଦ୍ୱାର ସହରର ବ୍ରାହ୍ମଣ ସାହିର ବିଦ୍ୟାଧର ସାହୁଙ୍କ ସୁପୁତ୍ର ବିକ୍ରମ ଜଣେ ମେଧାବୀ ଛାତ୍ରଥିଲେ । ସେ ମୁଳରୁ ଜ୍ୟୋତିଷ ବିଜ୍ଞାନରେ ରୁଚି ରଖିଥିଲେ । ସେ ଚଣ୍ଡିଗଡର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଆଷ୍ଟ୍ରୋଲୋଜି ପ୍ରତିଷ୍ଠାନରୁ “ଜ୍ୟୋତିଷ ଆଚାର୍ଯ୍ୟ” ଉପାଧି ପାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ