ଯୁବ ପିଢିଙ୍କ ଉତ୍ସାହ କୁ ତାଳ ଦେଇ ବିଜେପିର ମାରାଥନ ପ୍ରଚାର
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହେବାକୁ ଆଉ ୨୪ ଘଣ୍ଟା ବାକି ଥିବାବେଳେ ବିଜେପି ଦଳ ପକ୍ଷରୁ ପାର୍ଥୀ ମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରୋଡ ସୋ ସମେତ ପ୍ରଥପ୍ରାନ୍ତ ସଭା ଓ ଘରକୁ ଘର ବୁଲ୍ି ଜୋରଜାର ପ୍ରଚାର ଚଲାଇଛନ୍ତି । ନିର୍ବାଚନୀ ପ୍ରଚାର ପାଇଁ ନରେନ୍ଦ୍ରମୋଦୀ ଙ୍କ ଠାରୁ ଆରମ୍ଭ କରି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା , ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦଳର ହେଭିୱେଟ ମନ୍ତ୍ରୀ ଓ ଷ୍ଟାର ପ୍ରଚାରକଙ୍କ ସମେତ ବହୁ ନେତାଙ୍କ ରାଜ୍ୟକୁ ସୁଅ ଛୁଟିଛି ।ସେହି ଧାରାରେ ବ୍ରହ୍ମପୁର ଲୋକସଭା ନର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଥିବା ୭ଗୋଟି ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି । ରାଜ୍ୟ ର ବିଜେଡି ସରକାରର ୧୯ ବର୍ଷର ବିଫଳ ଶ।।ସନ ସମେତ ମିଥ୍ୟା ପ୍ରତିଶୃତି ନେଇ ଜନସାଧାରଣଙ୍କୁ ଅବଗତ କରାଯାଉଥିବା ବେଳେ ଗତ ୫ ବର୍ଷ ବିଜେପିର ମୋଦୀ ସରକାରଙ୍କ ଅମଳରେ ହୋଇଥିବା ବହୁ ବିକାଶମୁଳକ କର୍ଯ୍ୟ ନେଇ ଜନସାଧାରଣଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି । ସେହି ଧାରାରେ ବ୍ରହ୍ମପୁର ଲୋକସଭା ସାଂସଦୀୟ କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିଜେପିର ଷ୍ଟାର ପ୍ରଚାରକଙ୍କ ସମେତ ସ୍ଥାନୀୟ ପାର୍ଥୀଙ୍କୁ ନେଇ ବିଜେପି ବ୍ରହ୍ମପୁର ସାଂସଦ ପାର୍ଥୀ ଭୃଗୁବକ୍ସି ପାତ୍ର, ଦିଗପହଣ୍ଡି ବିଧାନସଭା ପାର୍ଥୀନି ପିଙ୍କି ପ୍ରଧାନ, ଚିକିଟି ବିଧାୟକ ପାର୍ଥୀ ମନୋରଂଜନ ଦ୍ୟାନ ସାମନ୍ତରା , ବ୍ରହ୍ମପୁର ପ୍ରାର୍ଥୀ କାହ୍ନୁ ଚରଣ ପତି, ପାରଳାଖେମୁଣ୍ଡି ପ୍ରାର୍ଥୀ ନାରାୟଣ ରାଓ, ମୋହନା ପ୍ରାର୍ଥୀ ବାସନ୍ତୀ ମଳିକ, ଛତ୍ରପୁର ପ୍ରାର୍ଥୀ ପ୍ରଶାନ୍ତ କର ଓ ଗୋପାଳପୁର ପ୍ରାର୍ଥୀ ବିଭୁତି ଭୂଷଣ ଜେନା ପ୍ରମୁଖଙ୍କୁ ନେଇ ରୋଡ ସୋ କରିବା ସହ , ବାଇକ ଯୋଗେ ଦଳୀୟ କର୍ମୀ ମାନଙ୍କ ଶୋଭା ଯାତ୍ରା ଏବଂ ଘର ଘର ବୁଲି ନିର୍ବାଚନୀ ପ୍ରଚାର କରୁଛନ୍ତି । ସେହିପରି ସୋମବାର ଚିକିଟି ବିଧାନସଭା ନର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କନେତୃତ୍ୱେ୍ର ମେନ ରୋଡ ଠାରୁ ଚିକିଟି ପେଣ୍ଠ ପର୍ଯ୍ୟନ୍ତ ଏକ ରୋଡ ସୋ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ହଜାର ହଜାର ଯୁବକ , ମହିଳା ଓ ପୁରୁଷ ମାନେ ସମର୍ଥନ ଜଣାଇବା ସହ ସ୍ୱାଗତ କରଥିବା ଦେଖିବାକୁ ମିଳଥିଲା । ବିଜେପି ସରକାର ଗଠନ ହେବାପରେ ଅଞ୍ଚଳରୁ ବେକାରୀ ସମସ୍ୟା ଦୁର କରାଯିବା ପାଇଁ ବିଭିନ୍ନ ସ୍ଥାନରେ ଶିଳ୍ପ ପ୍ରତିଷ୍ଠା କରାଯାଇ କର୍ମ ନିଯୁକ୍ତି ଯୋଗାଇ ଦିଆଯିବ ।ଫଳରେ ଅଞ୍ଚଳର ଜନସାଧାରଣଙ୍କୁ କାର୍ଯ୍ୟ ଅନୁସନ୍ଧାନରେ ବାହାର ରାଜ୍ୟକୁ ଯିବାକୁ ପଡିବନାହିଁ । ଏଥିସହ ସୁସ୍ଥ ଜାବନ ଯାପନ ପାଇଁ ଲାଗି ରହିଥିବା ଜଳ ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ ସମେତ ଅନ୍ୟ ସମସ୍ଥ ବ୍ୟବୟ୍ଥା କତରିବା ପାଇଁ ପ୍ରତିଶୃତି ଦେଇଥିବା ଦେଖିବାକୁ ମିଳିଛି । ଯୁୁବ ପିଢିଙ୍କ ମଧ୍ୟରେ ମୋଦୀଙ୍କ ପ୍ରତି ରହିଥିବା ଆକର୍ଷଣକୁ ଏଠାରେ ଦଳ ପାଥେୟ କରୁଥିବା ବେଳେ ଅନ୍ୟପକ୍ଷରେ୍ ବୟୋଜଷ୍ଠ ମାନଙ୍କର ବିଜେପି ସରକାର ପ୍ରତି ରହିଥିବା ସହାନୁଭୁତିକୁ ହାତଛଡା କରିବାକୁ ଚାହୁଁନାହାନ୍ତି ଦଳୀୟ କର୍ମକର୍ତ୍ତା ଓ ନେତା ମାନେ ।