ଯୁବ ପ୍ରତିଭା ଭାବେ ସମ୍ବର୍ଦ୍ଧିତ ହେଲେ ଜନ୍ମଜୟ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଯାଜପୁର ଜିଲ୍ଲା ବରୁଣେଶ୍ୱର ମହୋତ୍ସବରେ ଯୁବ ପ୍ରତିଭା ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି ଯୁବକବି ଜନ୍ମଜୟ । ବରୁରେଶ୍ୱର ମହୋତ୍ସବରେ ଯୋଗଦେଇଥିବା ବରୀ ବିଧାୟିକା ସୁନନ୍ଦା ଦାସ, ବଡଚଣା ବିଧାୟକ ଅମର ପ୍ରସାଦ ସତପଥି, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଲୋକସଭା ସାଂସଦ ସର୍ମିଷ୍ଠା ସେଠୀ ପ୍ରମୁଖ ଯୋଗଦେଇ ଯୁବ କବି ତଥା ଗାଳ୍ପିକ ତଥା ଆଦର୍ଶ ଶିକ୍ଷକ ଜନ୍ମଜୟଙ୍କୁ ଯୁବ ପ୍ରତିଭା ଭାବେ ସମ୍ବର୍ଦ୍ଧିତ କରିଥିଲେ । ଏପରି ଏକ ମହୋତ୍ସବରେ ସମ୍ବର୍ଦ୍ଧିତ ହୋଇ ମନୋରଞ୍ଜନ ନାୟକ ଓ ସ୍ନେହପ୍ରଭା ନାୟକଙ୍କ ସୁପୁତ୍ର ଜନ୍ମଜୟ ନାୟକ ବିଭିନ୍ନ ମହଲରୁ ପ୍ରସଂଶା ସାଉଣ୍ଟୁଛନ୍ତି । ସେ ଏବେ ଗୋପୀନାଥଜୀଉ ସରକାରୀ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ କରୁôତଲେ ମଧ୍ୟ ତାଙ୍କ ସାହିତ୍ୟପ୍ରୀତି ଏବେ ତାଙ୍କୁ ଏକ ଭିନ୍ନ ପରିଚୟ ପ୍ରଦାନ କରିଛି । ସେ ପୁର୍ବରୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରୁ ଜଣେ ଯୁବ କବି, ତଥା ଗାଳ୍ପିକ ଭାବେ ପୁରସ୍କୃତ ହୋଇଛନ୍ତି । ତାଙ୍କୁ ଏପରି ସମ୍ବର୍ଦ୍ଧନା ମିଳିôତବାରୁ ସେ ବରୁଣେଶ୍ୱର ଉନ୍ନୟନ କମିଟିର ସଦସ୍ୟ ରବିନ୍ଦ୍ର ପରିଡା, ମନୋରଞ୍ଜନ ଧଳ, ବଟକୃଷ୍ଣ ବେହୁରିଆ, ସରପଞ୍ଚ ସ୍ମୃତି ସମିକ୍ଷା ମଲ୍ଲିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।