ଯୁବ ବିଜେଡି କାର୍ଯ୍ୟକାରିଣୀ ବୈଠକ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଯୁବ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅବସରରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦବୋଧନ ଦେଇଥିଲେ । ଏହି ଅବସରରେ ଭଣ୍ଡାରିପୋଖରୀ କଲ୍ୟାଣମଣ୍ଡପ ଠାରେ ବ୍ଲକ ଯୁବ ସଭାପତି ଲଳିତ କୁମାର ରାଉତଙ୍କ ସଂଯୋଜନାରେ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ତୃଣମୂଳ ସ୍ତରର ଲୋକମାନଙ୍କ କଥା ବୁଝିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହିତ ଉତ୍ସାହପୂର୍ଣ୍ଣ ଭାବେ କାର୍ଯ୍ୟକଲେ ପୁରସ୍କାର ପାଖରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ବୈଠକ ମାଧ୍ୟମରେ ଯୁବ ନେତୃତ୍ୱଙ୍କୁ କହିଥିଲେ । ବୈଠକରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରୟାସକାନ୍ତି ସାମଲ, ଜିଲ୍ଲା ଯୁବ ଉପସଭାପତି ପ୍ରଣିତକାନ୍ତି ସାମଲ, ଛାତ୍ର ସଭାପତି ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ଜିଲ୍ଲା ଯୁବ ସମ୍ପାଦକ ଉତ୍କଳ କେଶରୀ ମହାନ୍ତି, ସତ୍ୟାନନ୍ଦ ମହାପାତ୍ର, ବିଣ୍ଣୁ ଚରଣ ଦାସ ପ୍ରମୁଖ ଯୋଗଦେଇଥିଲେ । ଏହାସହିତ ବ୍ଲକ କମିଟି ଉପସଭାପତି, ସମ୍ପାଦକ ଓ ୨୩ଗୋଟି ପଞ୍ଚାୟତର ଯୁବ ସଭାପତି, ସମ୍ପାଦକ ମାନେ ଭର୍ଚୁଆଲ ବୈଠକରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ