ଯୁବ ବିଜେଡି ଗଣମାଧ୍ୟମର ସଂଯୋଜକ ହେଲେ ବିଶ୍ୱରଞ୍ଜନ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ କେନ୍ଦ୍ରାପଡା ଜିଲ୍ଲା ଯୁବ ବିଜେଡି ପକ୍ଷରୁ ନବ ନିଯୁକ୍ତ ସାମାଜିକ ଗଣମାଧ୍ୟମର ସଂଯୋଜକ ଭାବେ ବିଶ୍ୱରଞ୍ଜନ ଦାସଙ୍କୁ ମନୋନ୍ୱିତ କରାଯାଇଛି । ମଧ୍ୟବୀତ ପରିବାରରୁ ଜନ୍ମିତ ବିଶ୍ୱରଞ୍ଜନ ଛାତ୍ର ଜୀବନରୁ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ନୀତିଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତାଦଳ ପ୍ରତି ତାଙ୍କ ଦାୟୀତ୍ୱ ଓ କର୍ତ୍ତବ୍ୟ ପାଳନ କରି ିଆସୁଥିଲେ । ତାଙ୍କର ଦଳପ୍ରତି ଥିବା ନିରନ୍ତର କାର୍ଯ୍ୟ ତରିକା ଦେଖି ନିର୍ବାଚନ ମଣ୍ଡଳୀରେ ସେ ପ୍ରସଂଶାର ପାତ୍ର ହୋଇପାରିଥିଲେ । ଜିଲ୍ଲାର ଦଳ ପକ୍ଷରୁ ଗୁରୁଦାୟୀତ୍ୱ ପାଇବା ପରେ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ଏବଂ ରାଜ୍ୟ ସହ ଜିଲ୍ଲାର ଯୁବ ସଭାପତିଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି । ଦାୟୀତ୍ୱ ମିଳିବା ପରେ ସମସ୍ତଙ୍କ ସହଯୋଗ ଓ ଆର୍ଶ୍ରିବାଦ ନେଇ କାମ କରିବାକୁ ପ୍ରତିଶୃତି ବଦ୍ଧ ହୋଇଛନ୍ତି ବିଶ୍ୱରଞ୍ଜନ ।


