ଯୁବ ବିଜେଡି ପକ୍ଷରୁ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ନୀରବ ପ୍ରାର୍ଥନା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବୁଧବାର ସନ୍ଧ୍ୟାରେ କେନ୍ଦ୍ରାପଡା ସହରର ସରକାରୀ ହାଇସ୍କୁଲ ପଡିଆ ଷ୍ଟାଡିୟମ ପରିସରରେ କୋଭିଡ-୧୯ ନିୟମକୁ ପାଳନ କରାଯାଇ କରୋନାରେ ପ୍ରାଣବଳୀ ଦେଇଥିବା କୋଭିଡ ଯୋଦ୍ଧାମାନଙ୍କ ଉଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସରୋଜକାନ୍ତ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ବିଜେଡିର ସୁଦାମ ସାହୁ, ଯୁବନେତା ରାଜେନ୍ଦ୍ର ମହାପାତ୍ର, ବିକ୍ରମ କେଶରୀ ବାରିକ, ଦାମୋଦର ସାହୁ, ଲକ୍ଷ୍ମୀଧର ସାହୁ, ଦୟାନିଧି ମର୍ଦ୍ଦରାଜ, ଓଡିଶା ମୁସଲିମ ରିଜର୍ଭଭେସନ ମୁଭମେଂଟର ସମ୍ପାଦକ ସେକ ଅସଲମ,ସେକ ଲିୟାକତ ଅଲ୍ଲୀ, ସେକ ଅହେସାନ(ପାପୁ), ସେକ ସୈାକତ ଖାନ, ସେକ ଉମ୍ରାନ, ଯୁବ ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ଅମୀର ପ୍ରମୁଖ ଯୋଗଦେଇ ନୀରବ ପ୍ରାର୍ଥନା କରିବା ସହ ଶପଥ ପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ