ଯୁବ ବିଜେଡି ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ
କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍)- କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଯୁବ ବିଜେଡି ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଛି । ରାଜ୍ୟ ଯୁବ ବିଜେଡିର ସମ୍ପାଦକ ପ୍ରତାପ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ମହିଳା ନଗର ବିଜେଡି ସଭାନେତ୍ରୀ ଜ୍ୟୋତିର୍ମୟୀ ମହାପାତ୍ର,ଜିଲ୍ଲା ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସରୋଜକାନ୍ତ ସାହୁ,ଯୁବ ବିଜେଡି ସମ୍ପାଦକ ସୂର୍ଯ୍ୟ ମହାନ୍ତି,ଉପସଭାପତି ନିରଞ୍ଜନ ସାହୁ,ସେକ ମେହେବୁବ,ଜିଲ୍ଲା ଯୁବ ବିଜେଡି ସଂଖ୍ୟାଲଘୁ ସଭାପତି ମୀର ମହମ୍ମଦ ଅମୀର,ବିଜେଡି ସମ୍ପାଦକ ସେକ ଲିୟାକତ ଅଲ୍ଲୀ(ନସରୁ) ପ୍ରମୁଖ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିସହିତ ଜିଲ୍ଲା ଚିକିତ୍ସାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ସେମାନେ ଆଲୋଚନା କରିଥିଲେ ।