ଯୁବ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଭାରତର ଜନପ୍ରିୟ ମୁଖ୍ୟମନ୍ତ୍ରୀ ତଥା ସାଢେ ୪କୋଟି ଓଡିଆଙ୍କ ହୃଦୟର ସ୍ପନ୍ଦନ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସ ଅବସରରେ କେନ୍ଦ୍ରାପଡା ଜିଲ୍ଲା ଯୁବ ବିଜେଡି ପକ୍ଷରୁ ନିକିରାଇ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ୧୭୫ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମହିଳା ବିଜେଡି ନେତ୍ରୀ ମଧୁମିତା ଅଗ୍ରୱାଲ, ଜ୍ୟୋସ୍ôନାରାଣୀ ଜେନା, ଭବାନି ପ୍ରସାଦ ଓଝା,ଆଲୋକ ମାହାଳି, ମାନସ ଦାସ, ସଂଗମ ସାମଲ, ସରୋଜ ପଣ୍ଡା, ବାସୁଦେବ ଜେନା, ନିକିରାଇ ସରପଞ୍ଚ ସନତ ଜେନା, କୁତୁରଙ୍ଗ ସରପଞ୍ଚସୀତାସୁନ୍ଦରୀ ମଲିକ,ଅଙ୍କୁର ମଳିକ,ଆଲୋକ ସାହୁ, ମିନତୀ ପରିଡା, ଗାଙ୍ଗପଡା ପଞ୍ଚାୟତ ସମିତି ସଭ୍ୟା ମମତାରାଣୀ ଧଳ, ସୁମନ୍ତ ପରିଡା, ଦୁଷ୍ମନ୍ତ ମଳିକ, ମହେନ୍ଦ୍ର ମିଶ୍ର, ପ୍ରତାପ ଚନ୍ଦ୍ର ଦାସ, ରଞ୍ଜନ କର, ରଞ୍ଜନ ସାହୁ, ବିଶ୍ୱରଞ୍ଜନ ଦାସ, ହିରଣ୍ୟ ପଣ୍ଡା, କାଳି ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ