ଯୁବ ବିଜ୍ଞାନୀଙ୍କ ପିଏଚଡ଼ି ଲାଭ
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ଜଳେଶ୍ୱରପଡା ପଞ୍ଚାୟତ ବାଲିସିରିଆ ଗ୍ରାମର ସ୍ବର୍ଗତ ଚୈତନ୍ୟ ଚନ୍ଦ୍ର ବେହେରାଙ୍କ ସୁପୁତ୍ର ଡଃ. ରାଜେଶ କୁମାର ବେହେରା ବର୍ତ୍ତମାନ ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ବିପିୟୁଟି), ଓଡିଶା, ରାଉରକେଲାରୁ ମେକାନିକାଲ୍ ଇଞ୍ଜିନିୟରିଂ ରେ ଡକ୍ଟର ଅଫ୍ ଫିଲୋସଫି (ପିଏଚଡି) ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି l ଡକ୍ଟର ବେହେରା ଗତ ଅଗଷ୍ଟ ୧୨ ତାରିଖ ରେ ଡକ୍ଟରାଲ ଯାଞ୍ଚ କମିଟି ବୋର୍ଡ ସମ୍ମୁଖରେ ନିଜର ସନ୍ଦର୍ଭ “Machinability Aspect of Sintered Metal Components”କୁ ସଫଳତାର ସହିତ ଉପସ୍ଥାପନା କରିଥିଲେ। ଏହି ସମ୍ମାନଜନକ ପିଏଚଡି ଡିଗ୍ରୀ ପାଇବା ପାଇଁ ଡକ୍ଟର ବେହେରା ଏଗାର ଗୋଟି ଆନ୍ତର୍ଜାତୀୟ ପିଅର ରିଭିୟୁଡ ଜର୍ଣ୍ଣାଲ-ପେପର, ନଅ ଗୋଟି ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମିଳନୀରେ ଉପସ୍ଥାପନ କରିଥିବା ଜର୍ଣ୍ଣାଲ-ପେପର, ସ୍ପ୍ରିଞ୍ଜର ଜର୍ଣ୍ଣାଲରେ ପ୍ରକାଶିତ ଦୁଇଟି ପୁସ୍ତକ ଅଧ୍ୟାୟ, ତିନିଟି ପ୍ରକାଶିତ ତଥା ପ୍ରଦାନ କରାଯାଇଥିବା ଭାରତୀୟ ଓ ବିଦେଶୀ ପେଟେଣ୍ଟ ଏବଂ ତତସହିତ ବିଭିନ୍ନ ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ପ୍ଲାଟଫର୍ମରୁ ଚାରିଟି ଶ୍ରେଷ୍ଠ ପେପର ପୁରସ୍କାର ର କାଗଜପତ୍ର ବିଶ୍ୱବିଦ୍ୟାଳୟ କୁ ପ୍ରଦାନ କରିଥିଲେ।ପ୍ରକାଶଥାଉକି, ଡକ୍ଟର ବେହେରା ୨୦୨୧ ମସିହାରେ ତାଙ୍କର ନୂତନ ଗବେଷଣା “ଆଲୁମିନିଅମ କମ୍ପୋଜିଟ” ପାଇଁ ଯୁବ ବିଜ୍ଞାନୀ ପୁରସ୍କାର ପାଇଥିଲେ ଯାହାକି ସେ ସମୟରେ ବିଭିନ୍ନ ସମ୍ବାଦପତ୍ର ମାନଙ୍କରେ ସ୍ଥାନ ପାଇଥିଲା l ଏବଂ ସେହିବର୍ଷ ସେ ମଧ୍ୟ ବିପିୟୁଟିର ଶ୍ରେଷ୍ଠ ରିସର୍ଚ୍ଚ ଛାତ୍ର ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ | ସେ ସୁପରଭାଇଜର ପ୍ରଫେସର ଡଃ. ଶରତ ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ପ୍ରଫେସର ଆଇଆଇଟି ଖଡ଼ଗପୁର ଏବଂ ସହ-ସୁପରଭାଇଜର ପ୍ରଫେସର ଡଃ .ବିରଜେନ୍ଦୁ ପ୍ରସାଦ ସାମଲ, ନାଳନ୍ଦା ଇନଷ୍ଟିଚୁଟ ଅଫ ଟେକ୍ନୋଲୋଜି, ଭୁବନେଶ୍ୱର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତାଙ୍କର ସନ୍ଦର୍ଭ ଗବେଷଣା ଜାରି ରଖିଥିଲେ l ତାଙ୍କର ଏ ସଫଳତା ପାଇଁ ତାଙ୍କର ପରିବାର, ବନ୍ଧୁପରିଜନ, ସ୍କୁଲ ଶିକ୍ଷକ ଏବଂ ସାଙ୍ଗସାଥି ମାନେ କୃତଜ୍ଞତା ଜଣାଇଛନ୍ତି l