ଯୁବ ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା : ହତ୍ୟା ଅଭିଯୋଗ ଆଣିଲେ ସମ୍ପର୍କୀୟ ଭଣଜା
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧିନ ହଂସପୁର ଗ୍ରାମର କୃଷ୍ଣଚନ୍ଦ୍ର ପରିଡା ଙ୍କୁ ଗତକାଲି ବିଳମ୍ବିତ ରାତିରେ ଗ୍ରାମ ନିକଟ ଟୋଲେକେଶ୍ୱର ମନ୍ଦିର ନିକଟରେ ହତ୍ୟା ଘଟଣା ରେ ଆଜି ଗଞ୍ଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସଡ଼ିପିଓ ଗୌତମ କିଷାନ , ଥାନା ଅଧିକାରୀ ସତ୍ୟରଂଜନ ପ୍ରଧାନ ଓ ସାଣ୍ଟିଫେଟିକ ଟିମ ଘଟଣା ସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛନ୍ତି | ଘଟଣା ସ୍ଥଳରୁ ପୋଲିସ ମୃତକ କୃଷ୍ଣର ଏକ ବାଇକ, ଫୋନ, ଜୋତା ଓ ହତ୍ୟା ସ୍ଥାନରେ ପଡ଼ିଥିବା ରକ୍ତ ନମୁନା ସଂଗ୍ରହ କରିଛି | ଅନ୍ୟପକ୍ଷରେ ମୃତକ ଙ୍କ ସମ୍ପର୍କୀୟ ଭଣଜା ମାମୁଁ ଙ୍କୁ ବ୍ୟବସାୟୀକ ଘଟଣାକୁ ନେଇ ହତ୍ୟା କରାଯାଇଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି | ଘଟଣା ଘଟିବାର କିଛି ସମୟ ପୂର୍ବରୁ ଉକ୍ତ ରାସ୍ତା ଦେଇ ଜଣେ ବ୍ୟକ୍ତି ଯାଉଥିବା ବେଳେ ଦୁଇ ଜଣ ବ୍ୟକ୍ତି ଉକ୍ତ ସ୍ଥାନରେ ଏକ ଗାଡି ଧରି ଛିଡା ହୋଇଥିବା ପୁଲିସ ଆଗରେ ବୟାନ ଦେଇଛନ୍ତି |କିନ୍ତୁ ପୋଲିସ ଘଟଣା କୁ ନେଇ ମୁହଁ ଖୋଲିବାକୁ ନାରାଜ | ସୂଚନା ଥାଉକି ହଂସପୁର ଗ୍ରାମର ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡା ଗ୍ରାମ ଠାରୁ କିଛି ଦୁରରେ ଥିବା ଏକ ମନ୍ଦିର ନିକଟରେ ଶୁକ୍ରବାର ରାତ୍ରରେ ଫୋନ ଯୋଗେ କଥା ହେଉଥିବା ସମୟରେ ତାଙ୍କୁ କେହି ଲୋକ ପଛକୁ ଆସି ମୁଣ୍ଡ କୁ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି | ଘଟଣା ଖବର ପାଇଁ ସମ୍ପକୀୟ ପହଂଚି ତାଙ୍କୁ ଛତ୍ରପୁର ମେଡିକାଲ କୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ | ହତ୍ୟାର କାରଣ ଏବେବି ସତ୍ୟତା ଜଣାପଡିନାହିଁ |


