ଯୁବ ମହୋତ୍ସବ ‘ଇଣ୍ଟିଗ୍ରେସନ’ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ର ଅନ୍ୟତମ ଯୁବ ମହୋତ୍ସବ ‘ଇଣ୍ଟିଗ୍ରେସନ’ର ନବମ ସଂସ୍କରଣ ଶୁକ୍ରବାର ଜିଲାସ୍କୁଲ ପଡ଼ିଆରେ ଉଦଘାଟିତ ହୋଇଯାଇଛି । ପ୍ରଥମ ଦିନରେ ବିଭିନ୍ନ ସ୍କୁଲ ଏବଂ କଲେଜ ଛାତ୍ରଛତ୍ରୀଙ୍କ ମଧ୍ୟରେ ଦୌଡ଼, ଶଟଫୁଟ, ଜିଲାପି ରେସ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଯୁବ କିଶୋର ଓ ଶିଶୁ ପ୍ରତିଭା ଲୋକଲୋଚନକୁ ଆଣିବାରେ ଏହି ଉତ୍ସବ ବେଶ ସହାୟକ ହୋଇପାରିଛି ବୋଲି ସେ ମତ ପ୍ରକାଶ କରିଥିଲେ । ପୂର୍ବତନ କାଉନସିଲର ଚିତ୍ତରଂଜନ ପଣ୍ଡା ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ସଭାପତି ସୁଶାନ୍ତ ସାହୁ, ସାଧାରଣ ସମ୍ପାଦକ ଗୌତମ ସାହୁ, ଉପ-ସଭାପତି ଅମର ଗିରି, ଦେବାଶିଷ ପ୍ରଧାନ, ସମ୍ପାଦକ ଜୀବନ ମହାପାତ୍ର, ଯୁଗ୍ମ ସମ୍ପାଦକ ଉମେଶ ବେହେରା ଓ ସୁମନ କମିଳା, ପ୍ରମୋଦ ସାହୁ ପ୍ରମୁଖ ଏଥିରେ ମଞ୍ଚାସୀନ ଥିଲେ ।