ଯୁବ ମହୋତ୍ସବ ‘ଦି ଇଣ୍ଟିଗ୍ରେସନ୍’ ଉଦ୍ଯାପିତ

ବାଲେଶ୍ୱର(ଯୁଗାଦ୍ଦ ନ୍ୟୁଜ୍‍): ସ୍ଥାନୀୟ ଗାନ୍ଧୀସ୍ମୃତି ଭବନଠାରେ ତିନି ଦିନ ଧରି ଚାଲିଥିବା ଯୁବ ସାଂସ୍କୃତିକ ମହୋତ୍ସବ ଦି ଇଣ୍ଟିଗ୍ରେସନ୍ର ପଞ୍ଚମ ସଂସ୍କରଣ ଉଦ୍ଯାପିତ ହୋଇଯାଇଛି । ଏହି ଉଦ୍ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ବାଦଲ ଦାସ, ପୂର୍ବତନ କାଉନସିଲର ପଦ୍ମଲୋଚନ ଲେଙ୍କା, ସୁଶାନ୍ତ କୁମାର ସାହୁ, ସମାଜସେବୀ ସରୋଜ କୁମାର ଦାସ, ସରୋଜ ଲେଙ୍କା, ଗୌତମ ସାହୁ, ଜୀବନ ମହାପାତ୍ର, ଭବାନୀ ମହାଳିକ, ରାହୁଲ, ଆଲୋକ, ପୂର୍ବତନ କାଉନସିଲର ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ଯୋଗ ଦେଇ ଯୁବ ମହୋତ୍ସବର ଆବଶ୍ୟକତା ଓ ରଷ୍ଟ୍ର ନିର୍ମାଣରେ ଯୁବକମାନଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା ଡ୍ୟାନ୍ସ, ଡ୍ରଇଂ, ଲିଟିଲ ଚ୍ୟାମ୍ପ, ପ୍ରବନ୍ଧ, କୁଇଜ, ଡିବେଟ୍, ମିଷ୍ଟର ଏଣ୍ଡ ମିସ୍ ଇଣ୍ଟିଗ୍ରେସନ୍ ଆଦି କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏତଦ୍ବ୍ୟତୀତ ଯୁବକ ଯୁବତୀଙ୍କ ଦ୍ୱାରା ର‌୍ୟାମ୍ପ ସୋ ଅନୁଷ୍ଠିତ ହେବା ସହ ମୁଖ୍ୟ ଆକର୍ଷଣ ଭାବେ ମୁମ୍ବାଇର ପ୍ରସିଦ୍ଧ ଗାୟକ ରାହୁଲ ଜେନ୍ ତାଙ୍କ ଗୀତରେ ସମସ୍ତଙ୍କୁ ମତୁଆଲା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ