ଯୁବ ମହୋତ୍ସବ ସ୍ୟାଣ୍ଡଫେଷ୍ଟ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):ଦିବସବ୍ୟାପୀ କାର୍ଯ୍ୟକ୍ରମ ମଧ୍ୟରେ ୧୭ତମ ସ୍ୟାଣ୍ଡ ଫେଷ୍ଟ ଶନିବାର ଉଦଘାଟିତ ହୋଇଯାଇଛି । ସକାଳେ ମହୋତ୍ସବ କମିଟି ଅଧ୍ୟକ୍ଷ ଅଜୟ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ଟ୍ରାଫିକ ଥାନାଧିକାରୀ ପ୍ରେମପ୍ରଜ୍ଞା ମହାନ୍ତି ଉଦଘାଟନ କରିଥିଲେ । ଏହି ଅବସରରେ ଯୁବ କିଶୋର ଓ ଶିଶୁଙ୍କ ମଧ୍ୟରେ ବିଭିନ୍ନ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରୁ ଶତାଧିକ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ପ୍ରଥମ ଦିବସର ବିଭିନ୍ନ ପ୍ରତିଯୋଗିତାରେ ଅଧ୍ୟାପକ ଚିତ୍ତରଞ୍ଜନ ପରିଡ଼ା, ସୁଶାନ୍ତ କୁମାର ରାଉତ, ଭାସ୍ୱତୀ କର, ଉମେଶ ବେହେରା, ନିର୍ମଳା ଭୋଇ, ଅନୁପମା ମିଶ୍ର ଏବଂ ସୋନାଲି ଶିଖା ପାଣିଗ୍ରାହୀ ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ । ସନ୍ଧ୍ୟାରେ ଷ୍ଟେସନ କ୍ଲବ ପରିସରରେ ସଣ୍ଡଫେଷ୍ଟର ସଭାପତି ପ୍ରଦୀପ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ବାଲେଶ୍ୱର ପୌରପାଳିକାର ଅଧ୍ୟକ୍ଷା ସବିତା ସାହୁ, ମୁଖ୍ୟବକ୍ତା ‘ମହାନଦୀ ବଂଚାଅ’ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଏବଂ ସମ୍ମାନିତ ଅତିଥି ଭାବେ ବରିଷ୍ଠ କାଉନସିଲର୍ ପଦ୍ମଲୋଚନ ଲେଙ୍କା ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଯୁବ ଓ ଶିଶୁଙ୍କ ପ୍ରତିଭା ବିକାଶ ପାଇଁ ଏହି ମହୋତ୍ସବ ସୁଯୋଗ ସୃଷ୍ଟି କରିଛି ବୋଲି ମତ ଦେଇଥିଲେ । ତେବେ ରାଷ୍ଟ୍ର ଗଠନ ପାଇଁ ଯୁବ ଗୋଷ୍ଠୀଙ୍କ ପ୍ରତିଭା ବିକାଶ ଜରୁରୀ ବୋଲି ସେମାନେ କହିଥିଲେ । ସଭାକାର୍ଯ୍ୟରେ କମିଟିର ଅଧ୍ୟକ୍ଷତ ଅଜୟ କୁମାର ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି ଶ୍ୟାମସୁନ୍ଦର ମହାନ୍ତି, ଉପସଭାପତି ବିକାଶ ପାଢ଼ୀ, ସାଧାରଣ ସମ୍ପାଦକ ଦେବଦତ ଦାସ, ସମ୍ପାଦକ ସିମନ୍ ଦାସ ମହାପାତ୍ର, ସାଂଗଠନିକ ସମ୍ପାଦକ ପାର୍ଥ ସାରଥି ଦାସ ଓ ଝାଡ଼େଶ୍ୱର ଜେନା, ସାଂସ୍କୃତିକ ସମ୍ପାଦକ ଲକ୍ଷ୍ମୀକାନ୍ତ ସ୍ୱାଇଁ, ଉପଦେଷ୍ଟା ଗୌରହରି ମଲ୍ଲିକ, ସହ ସମ୍ପାଦକ ଶେଖ୍ ବୁରହାନ, ତୁଷାରକାନ୍ତି ତପସ୍ୱୀ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ସଂଗଠକ ସୁକୀର୍ତ୍ତି କର ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ବରିଷ୍ଠ ସଦସ୍ୟ ଅମୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଶିବାନୀ ମହାପାତ୍ର, ପାୟଲ ରଣା, ସ୍ମିତା ମହାନ୍ତି, ରଶ୍ମିରଞ୍ଜନ ପ୍ରଧାନ, କ୍ଷୀରାବ୍ଦୀ, ଉମେଶ ବେହେରା, ମନୋଜ କୁମାର ପଣ୍ଡା, ଦେବଶ୍ରୀ ମହାନ୍ତି, ବ୍ରଜ ପ୍ରଧାନ, ରାଜୀବ ଗିରି, ଦେବୀ ପ୍ରସାଦ ଦାସ ମହାପାତ୍ର ପ୍ରମୁଖ ଉତ୍ସବ କମିଟି ସଦସ୍ୟ ଓ ସଦସ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।