ଯୁବ ମହୋତ୍ସବ ସ୍ୟାଣ୍ଡଫେଷ୍ଟ ଉଦଯାପିତ ମନ ମୋହିଲା ସତ୍ୟଜିତଙ୍କ କଣ୍ଠର ଯାଦୁ

ବାଲେଶ୍ୱର, (ସରୋଜ ପଣ୍ଡା):ଷ୍ଟେସନ କ୍ଲବରେ ଦୁଇଦିନିଆ ରାଜ୍ୟସ୍ତରୀୟ ୧୭ତମ ଯୁବ ମହୋତ୍ସବ ‘ସ୍ୟାଣ୍ଡଫେଷ୍ଟ’ ଉଦ୍‌ଯାପିତ ହୋଇଯାଇଛି । ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଯୁବଗୋଷ୍ଠୀଙ୍କ ପ୍ରତିଭା ବିକାଶ ଏକାନ୍ତ ଜରୁରୀ ବୋଲି କହିଥିଲେ । ସ୍ୟାଣ୍ଡଫେଷ୍ଟର କାର୍ଯ୍ୟକାରୀ ସଭାପତି ଶ୍ୟାମ ସୁନ୍ଦର ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ‘ପ୍ରମେୟ’ର ବାଲେଶ୍ୱର ମୁଖ୍ୟ ସତ୍ୟଶିବ ଦାସ ଓ ଜିଲ୍ଲା ପରିଷଦର ସଦସ୍ୟ ଜୟରାମ ଦାସ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁବଶକ୍ତିର ସୁବିନିଯୋଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମିଷ୍ଟର ସ୍ୟାଣ୍ଡଫେଷ୍ଟ ସୁରଜ କୁମାର ସେଠୀ ଓ ମିସ୍ ସ୍ୟାଣ୍ଡଫେଷ୍ଟ ଟାଇଟଲ ଜିତିଥିବା ସ୍ନିଗ୍ଧା ଦାସଙ୍କ ସମେତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଯୁବ, କିଶୋର ଓ ଶିଶୁ ପ୍ରତିଭାଙ୍କୁ ଏହି ଅବସରରେ ଅତିଥିମାନେ ପୁରସ୍କୃତ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଅଜୟ କୁମାର ବିଶ୍ୱାଳ, ଉପାଧ୍ୟକ୍ଷ ସବ୍ୟସାଚୀ ମହାପାତ୍ର, ସଭାପତି ପ୍ରଦୀପ କୁମାର ଦାସ, ଉପ-ସଭାପତି ବିକାଶ ପାଢ଼ୀ, ସାଧାରଣ ସମ୍ପାଦକ ଦେବଦତ୍ତ ଦାସ, ସମ୍ପାଦକ ସିମନ ଦାସମହାପାତ୍ର, ସାଂଗଠନିକ ସମ୍ପାଦକ ଝାଡ଼େଶ୍ୱର ଜେନା ଓ ପାର୍ଥସାରଥୀ ଦାସ, ସାଂସ୍କୃତିକ ସମ୍ପାଦକ ଲକ୍ଷ୍ମୀକାନ୍ତ ସ୍ୱାଇଁ, ଉପଦେଷ୍ଟା ଗୌରହରି ମଲ୍ଲିକ ଏବଂ ଅନୁପ କୁମାର ମିଶ୍ର, ସହ ସମ୍ପାଦକ ଶେକ୍ ବୁରାହନ୍ କାର୍ଯ୍ୟକ୍ରମ ସଂଯୋଜକ ସୁକୀର୍ତି କର, ଅମିୟ ଦାସ, ରଶ୍ମିରଂଜନ ପ୍ରଧାନ, ଶିବାନୀ ମହାପାତ୍ର, ସ୍ମିତା ମହାନ୍ତି ପ୍ରମୁଖ ମଞ୍ଚାସୀନ ହୋଇ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । “ସ୍ୟାଣ୍ଡଫେଷ୍ଟ” ପ୍ରଥମ ମାର୍ଗଦର୍ଶକ ପୂର୍ବତନ ବିଧାୟକ ସ୍ୱର୍ଗତ ଗୋପନାରାୟଣ ଦାସଙ୍କ ଉଦ୍ଦେଶ୍ୟରେ ଅତିଥିମାନେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ହୃଦ୍‌ରୋଗ ବିଶେଷଜ୍ଞ ଡା. ମିଲନ ଘଡ଼େଇ ଓ ମଡେଲ ବିଷ୍ଣୁପଦ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦ୍‌ଯାପନୀ ସଭା ପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ସତ୍ୟଜିତ୍ ଜେନା ଚଳଚିତ୍ର ଅଭିନେତ୍ରୀ ପ୍ରିୟାଲି ଦର୍ଶକଙ୍କ ମନକୁ ମୋହିଥିଲେ । ଦୁଇଦିନିଆ ଉତ୍ସବକୁ ହୁମାୟୁନ ଖାଁ, ରାଜୀବ ଗିରି, ଦେବୀ ପ୍ରସାଦ ଦାସମହାପାତ୍ର, ମନୋଜ ପଣ୍ଡା, ତୁଷାରକାନ୍ତ ତପସ୍ୱୀ, ମହେସ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ