ଯୁବ ରେଡକ୍ରସର ମିଳିତ ଉଦ୍ୟମରେ ରକ୍ତଦାନ ଶିବିର ଆୟୋଜିତ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ୱୟଂ ଶାସିତ ମହାବଦ୍ୟାଳୟ ର ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ର ମିଳିତ ଉଦ୍ୟମରେ ଆଜି ଏକ ରକ୍ତଦାନ ଶିବିର ଶିବିର ମହାବଦ୍ୟାଳୟ ପରିସରରେ ଅନଷ୍ଠିତ ହୋଇଯାଇଛି । ମହାବଦ୍ୟାଳୟ ର ଅଧକ୍ଷ ଭାଗିରଥି ପୃଷ୍ଟି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି ରକ୍ତଦାନ ଶିବିର ର ଶୁଭ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଡ଼ ଦେବେଶ ଶଙ୍କର ହୋତା,ଅଧ୍ୟାପକ ସମରେନ୍ଦ୍ର ଦାସ,ଅଧ୍ୟାପିକା ଗୀତାଞ୍ଜଳି ବିର୍ତ୍ତିଆ,ପ୍ରାଧ୍ୟାପକ ମନଜ କୁମାର ସାହୁ,ଅଧ୍ୟାପକ ସତ୍ୟବ୍ରତ ସାହୁ,କାଉନସିଲର ଅଧ୍ୟାପକ ସିପୁନ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ରକ୍ତଦାନ ଶିବିର ରେ ମୋଟ ୩୨ ୟୁନିଟ ରକ୍ତ ସଂଗୃହିତ ହୋଇଥିବା କରଞ୍ଜିଆ ସ୍ୱୟଂ ଶାସିତ ମହାବଦ୍ୟାଳୟ ଅଧକ୍ଷ ଭାଗିରଥି ପୃଷ୍ଟି ସୂଚନା ଦେଇଛନ୍ତି । ଅଧ୍ୟାପକ,ଅଧ୍ୟାପିକା ଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଓ ସ୍ୱେଛାସେବୀ ମାନେ ରକ୍ତଦାନ କରିଥିଲେ । ଉପଖଣ୍ଡ ଚିକିତ୍ସାଳୟ ରକ୍ତଭଣ୍ଡାର ଅଧିକାରି ଡ଼ ଗୌରାଙ୍ଗ ଚରଣ ନାୟକ ଓ ରକ୍ତଭଣ୍ଡାର କର୍ମଚାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଅଧିକାଂଶ ଛାତ୍ର ଛାତ୍ରୀ ନୂତନ ଭାବେ ରକ୍ତଦାନ କରି ଉତ୍ସାହିତ ଥିବା ପରିଲକ୍ଷିତ ହେଇଥିଲା


