ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବ ସ୍ବେଚ୍ଛାସେବୀଙ୍କୁ ତାଲିମ
ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବ ସ୍ବେଚ୍ଛାସେବୀମାନଙ୍କୁ ପ୍ରାରମ୍ଭିକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ କାର୍ଯ୍ୟକ୍ରମକୁ କଲେଜର ପ୍ରିନ୍ସପାଲ ବନମାଳୀ ବେହେରା ଉଦଘାଟନ କରିଥିବା ବେଳେ ଯୁବ ରେଡକ୍ରସ କାଉନସିଲର ବିଶ୍ଵନାଥ ଚୌଧୁରୀ ସଂଯୋଜନା କରିଥିଲେ। ଅତିଥି ଭାବେ ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ସେକ୍ ଫରିଦ୍, ତର୍କ ଶାସ୍ତ୍ର ଅଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼ ଓ ରାଜନୀତି ବିଜ୍ଞାନ ଅଧ୍ୟାପକ ଅନିଲ କୁମାର ଦାଶ ଯୋଗଦେଇଥିଲେ। ଅତିଥି ବୃନ୍ଦ ରେଡକ୍ରସର ଇତିହାସ ଓ ରକ୍ତଦାନର ଉପକାରୀତା ସହ ସେବାର ମହତ୍ତ୍ଵ ବିଷୟରେ ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀ ବୃନ୍ଦଙ୍କୁ ସଚେତନତା କରିଥିଲେ। ଏନଏସଏସ ପ୍ରୋଗ୍ରାମ ଅଫିସର ପ୍ରକାଶ ଚନ୍ଦ୍ର ସାହୁ ଓ ବସନ୍ତ କୁମାର ପାଣି ସହଯୋଗ କରିଥିଲେ। ଯୁବ ରେଡକ୍ରସ କାଉନସିଲର ଶ୍ରୀ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।