ଯୁବ ରେଡକ୍ରସ ପକ୍ଷରୁ କ୍ଲଷ୍ଟର ସ୍ତରୀୟ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଯୁବ ରେଡକ୍ରସ ପକ୍ଷରୁ କ୍ଲଷ୍ଟର ସ୍ତରୀୟ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶିବିରରେ କେନ୍ଦ୍ରାପଡା ଜିଲ୍ଲାର ୧୨ଟି ମହାବିଦ୍ୟାଳୟର ୯୦ରୁ ଉର୍ଦ୍ଧ୍ୱ ସ୍ୱେଛାସେବୀ ଓ ଉପଦେଷ୍ଟାମାନେ ଯୋଗଦେଇଥିଲେ । ଗତ ୨ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଶିବିର ତିନି ଧରି ଚାଲିଥିବା ବେଳେ ଶିବିରର ବିଭିନ୍ନ ଦିବସରେ ସ୍ୱେଛାସେବୀମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ଅଗ୍ନି ନାର୍ବାପନ, ସଡକ ନିରାପତ୍ତା, ଏଡସ୍ ର ଭୟାବହତା, ତ୍ୱରିତ ସେବା ପ୍ରଭୃତି ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଏତଦବ୍ୟତିତ ସ୍ୱେଛାସେବୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତାମାନ ଅନୁଷ୍ଠିତ ହେବା ସହ ପ୍ରତ୍ୟେକ ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା । ଏହି ଶିବିରରେ କଲେଜ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଉପସ୍ଥିତ ଥିବା ବେଳେ ଯୁବ ରେଡକ୍ରସର ଜିଲ୍ଲା ଆବାହକ ପ୍ରାଧ୍ୟାପକ ଅଶୋକ କୁମାର ଦାସ ଶିବିର ପରିଚାଳନା କରିଥିଲେ । ମହାବିଦ୍ୟାଳୟର ପ୍ରାଧ୍ୟାପକ ତପନ କୁମାର ପତି, ଡଃ. ଜ୍ଞାନୀନ୍ଦ୍ର ଦାଶ, ଡଃ. ଗୈାର ପ୍ରସାଦ ଷଡଙ୍ଗୀ, ରଞ୍ଜିତ କୁମାର ଦାସ, ଡଃ. ପ୍ରଭାକର ମଲ୍ଲିକ, ରମାନାଥ ମହାନ୍ତି ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ