ଯୁବ ରେଡକ୍ରସ ପକ୍ଷରୁ ତିନି ଦିନିଆ ତାଲିମ ଶିବିର ଉଦଘାଟିତ

ପୋଲସରା ,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ୪ ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଯୁବ ରେଡକ୍ରସ ପକ୍ଷରୁ ଫେବୃୟାରୀ ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ତିନିଦିନ ପାଇଁ ଏକ ତାଲିମ ଶିବିର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଲିମ ଶିବିରକୁ ଉଦଘାଟନ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଦିବାକର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ଶେଖ ଫରିଦ୍ ସ୍ୱାଗତ ଭାଷଣ ସହ ତାଲିମ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଏହି ତାଲିମ ଶିବିରରେ ଯୁବ ରେଡକ୍ରସ ସଂସ୍ଥାର ପରାମର୍ଶଦାତା ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଶେଖ ଫରିଦ୍, ପୋଲସରା ମହିଳା ମହାବିଦ୍ୟାଳୟର ଅଧ୍ୟାପକ ମକରଧ୍ଵଜ ବରାଡ଼, ହାତୀଓଟ ଗଙ୍ଗାଧର ସାହୁ ମହାବିଦ୍ୟାଳୟର ଅଧ୍ୟାପକ ରାଜେନ୍ଦ୍ର କୁମାର ଦାଶ, ଓ ବର୍ତ୍ତିନି ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ରମେଶ ଚନ୍ଦ୍ର ଗୌଡ଼ ଙ୍କ ସମେତ ୪ ଗୋଟି ମହାବିଦ୍ୟାଳୟରୁ ୪ ଜଣ ଲେଖାଁଏ ମୋଟ ୧୬ ଜଣ ଯୁବ ରେଡକ୍ରସ ଛାତ୍ରଛାତ୍ରୀ ଶିବିରାର୍ଥୀ ଭାବେ ଯୋଗଦେଇଛନ୍ତି। ୪ ଜଣ ପରାମର୍ଶଦାତା ଅଧ୍ୟାପକ ଓ ୧୬ ଜଣ ଛାତ୍ରଛାତ୍ରୀ, ଏହିପରି ୨୦ ଜଣଙ୍କୁ ତାଲିମ ଦାତାମାନେ ତାଲିମ ପ୍ରଦାନ ଆଜିଠାରୁ ଆରମ୍ଭ କରିଛନ୍ତି। ତିନିଦିନ ତାଲିମ ପ୍ରଦାନ ଦେବାପରେ ୧୫ ତାରିଖରେ କାର୍ଯ୍ୟକ୍ରମ ଉଦଯାପିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ