ଯୁବ ରେଡକ୍ରସ ପକ୍ଷରୁ ବିଶ୍ୱ ଏଡସ ଦିବସ ପାଳନ

ବୁଗୁଡା, (ଅନିଲ କୁମାର ମହାରଣା) : ବୁଗୁଡା ପିପୁଲସ କଲେଜର ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବ ଏବଂ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ ପକ୍ଷରୁ ବିଶ୍ୱ ଏଡ୍ସ ଦିବସ ଡିସେମ୍ବର ୧ ତାରିଖ ଦିନ ପାଳନ ହୋଇଥିଲା। ବୁଗୁଡା ପିପୁଲସ କଲେଜରେ ଯୁବ ରେଡ କ୍ରସ ପରାମର୍ଶ ଦାତା ଅଧ୍ୟାପକ ବିନୋଦ କୁମାର କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବରଡିପଲ୍ଲୀ ଗ୍ରାମରେ ଏଡ୍ସ ସଚେତନତା ଅଭିଯାନ ହୋଇଥିଲା। ଏହାପରେ କଲେଜ ପ୍ରିନ୍ସପାଲ ହରିକୃଷ୍ଣ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ଦାସ ଓ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଯୋଗଦେଇଥିଲେ। ଏଡ୍ସ ରୋଗର କାରଣ ସମସ୍ତଙ୍କ ନିକଟରେ ପହଞ୍ଚି ପାରିଲେ ଦେଶ ଏଡ୍ସ ମୁକ୍ତ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ। ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ସ୍ୱେଚ୍ଛାସେବୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଯୁଗ୍ମ ପରାମର୍ଶ ଦାତା ଅଧ୍ୟାପିକା ସନ୍ଧ୍ୟା ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ପରାମର୍ଶ ଦାତା ତଥା ଜିଲ୍ଲା ସଂଯୋଜକ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ବିଶ୍ୱ ଏଡ୍ସ ଦିବସ ପାଳନ ହୋଇଥିଲା। ପ୍ରିନ୍ସପାଲ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପିକ ପ୍ରଜ୍ଞା ପାରାମିତା ସାହୁ, ଅଧ୍ୟାପକ ଡକ୍ଟର ପ୍ରିୟବ୍ରତ ପ୍ରଧାନ, ସନ୍ତୋଷ କୁମାର ଗୌଡ଼ ଓ କାହ୍ନୁ ଚରଣ ଦାଶ ଯୋଗଦେଇଥିଲେ। ଯୁବ ରେଡକ୍ରସ ଓ ରେଡ ରିବନ ବ୍ଲକ ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ସ୍ୱେଚ୍ଛାସେବୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ