ଯୁବ ରେଡ଼କ୍ରସ ପକ୍ଷରୁ ସଂଘରୋଧ କେନ୍ଦ୍ରରେ କୋରନା ସଚେତନତା
ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ କୋରନା କାର୍ଯ୍ୟକ୍ରମ କରାଯାଇଛି l ସେଥିମଧ୍ୟରୁ କ୍ଷତ୍ରିୟବରପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡ଼କ୍ରସ ପକ୍ଷରୁ ଜିଲ୍ଲା ସଂଯୋଜକ ବି.ଗୋବିନ୍ଦ ରାଓଙ୍କ ଦ୍ଵାରା ବିଭିନ୍ନ ସଂଘରୋଧ ରେ କୋରନା ସଚେତନ କାଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟ,ବଡ଼ବୋରସିଂ ଉଚ୍ଚ ବିଦ୍ୟାଳୟ, ଗୋବରା ପ୍ରଫୁଲ୍ଲ କୁମାରୀ ମହା ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲୁଣିପଡା ଶାସନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଡ଼ିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , କଲେଜ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ ପ୍ରବାସୀଙ୍କ ପାଇଁ କୋରନା ସଚେତନତା ଗୀତ, ସଂଘରୋଧ କେନ୍ଦ୍ରରେ ଥିବା ସମୟରେ ଏବଂ ଘରକୁ ଫେରିବା ପରେ ଦାୟିତ୍ବ,କୋରନା ସଂକ୍ରମଣ ଓ ପରିଶେଷରେ ହାତଧୁଆ କୌଶଳ ସମ୍ପର୍କରେ ଶିକ୍ଷା ଦିଆଯାଉଛି । ଏଥିରେ ପ୍ରବାସୀ ଅନ୍ତେବାସୀଙ୍କ ଶୁଣିବାର ଆଗ୍ରହ ଓ ଆଲୋଚନା ପରିଲକ୍ଷିତ ହେଉଛି। ବିଶେଷ ଭାବେ ଅନ୍ତେବାସୀଙ୍କ ଉପରେ କୋରନା ସଚେତନତା ଗୀତର ପ୍ରଭାବ ପଡୁଥିବା ଦେଖାଯାଉଛି l