ଯୁବ ରେଡ୍ କ୍ରସ୍ ତରଫରୁ ଅନ୍ ଲାଇନ୍ କରୋନା ପ୍ରଶିକ୍ଷଣ

ଗାଙ୍ଗପୁର/ବେଲଗୁଣ୍ଠI, (ଶିବରାମ ଚୌଧୁରୀ):ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ପ୍ରାଧ୍ୟାପକ ବି. ଗୋବିନ୍ଦ ରାଓଙ୍କ ସଂଯୋଜନାରେ ଗଞ୍ଜାମ ଜିଲ୍ଲା ଯୁବ ରେଡକ୍ରସ୍ ତରଫରୁ ଅନ୍ ଲାଇନ୍ କରୋନା ପ୍ରଶିକ୍ଷଣ ହୋଇଯାଇଛି I ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ରେଡକ୍ରସ୍ ଅଧିକାରୀ ଡକ୍ଟର ଅଜୟ କୁମାର ତ୍ରିପାଠୀ ଉଦ୍‌ଘାଟନୀ ବକ୍ତବ୍ୟ ପ୍ରଦାନ କରିଥିଲେ I ଯୁବ ରେଡକ୍ରସ୍ ରାଜ୍ୟ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର ଯୁବ ରେଡକ୍ରସ୍ ସ୍ଵେଚ୍ଛାସେବୀଙ୍କ ଭୂମିକା ସମ୍ପର୍କରେ ବୁଝାଇଥିଲା ବେଳେ ଅରୁଣା ଅନୁଷ୍ଠାନର ମୁଖ୍ୟ ଲୋକନାଥ ମିଶ୍ର ସାଧନ ବ୍ୟକ୍ତିତ୍ଵ ହିସାବରେ କରୋନା କାରଣ ନିରାକରଣ ସହିତ ସମସ୍ତ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ I ଅନ୍ ଲାଇନ୍ ପ୍ରଶିକ୍ଷଣର ସମସ୍ତ ବୈଷୟିକ ନିୟନ୍ତ୍ରଣ ଯୋଗମାୟା ମିଶ୍ର କରିଥିଲା ବେଳେ ଜିଲ୍ଲା ସମ୍ପାଦକ ଅଧ୍ୟାପକ ମନୋରଞ୍ଜନ ମହାରଣା ଧନ୍ୟବାଦ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମରେ ୯୦ ଜଣ ସ୍ଵେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ