ଯୁବ ଶିଳ୍ପୋଦ୍ୟୋଗୀ ଓ ସମାଜସେବୀ ରୂପେଶ ପାଣିଗ୍ରାହୀ ବିଜେଡିରେ ଯୋଗ ଦେବା ନେଇ ପାରଳାରେ ରାଜନୈତିକ ଚର୍ଚ୍ଚା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ବିଶିଷ୍ଟ ଯୁବ ଶିଳ୍ପୋଦ୍ୟୋଗୀ ଓ ସମାଜସେବୀ ରୂପେଶ ପାଣିଗ୍ରାହୀଙ୍କ ବିଜେଡିରେ ଯୋଗ ଦେବା ନେଇ ପାରଳାଖେମୁଣ୍ଡି ଅଞ୍ଚଳରେ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପାରଳା ସ୍ୱାଭିମାନ ମଞ୍ଚର ମୁଖ୍ୟ ତଥା ହାଇଟେକ୍ ଗ୍ରୁପ୍‌ର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀଙ୍କ ଉଚ୍ଚ ଶିକ୍ଷିତ ପୁତ୍ର ତଥା ଯୁବ ଶିଳ୍ପୋଦ୍ୟୋଗୀ ଓ ସମାଜସେବୀ ରୂୂପେଶ ପାଣିଗ୍ରାହୀ ବିଜୁ ଜନତା ଦଳରେ ଯୋଗ ଦେଉଥିବା ନେଇ ପ୍ରଚାର ଜୋର ଧରିଛି । ବର୍ତ୍ତମାନ ହାଇଟେକ୍ ଗ୍ରୁପ୍‌ର ନିର୍ଦ୍ଦେଶକ ଭାବେ ରୂପେଶ ପାଣିଗ୍ରାହୀ ଦାୟିତ୍ୱ ତୁଲାଉଛନ୍ତି । ସେ ପାରଳାଖେମୁଣ୍ଡି ଠାରେ ଅନେକ ଥର ହାଇଟେକ୍ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଦ୍ୱାରା ଲୋକଙ୍କୁ ଚିକିତ୍ସା ଓ ମାଗଣାରେ ଔଷଧପତ୍ର ଆଦି ଯୋଗାଇ ଲୋକଙ୍କ ସେବା କରିବା ସହ ଇତି ମଧ୍ୟରେ କାଶୀନଗର,ଗୋଷାଣୀ ବ୍ଲକର ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରି ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ । ପ।ରଳା ନିର୍ବାଚନ ମଣ୍ଡଳୀ ବିଶେଷ କରି ଚାଷୀ ଓ କୃଷକର ଅଞ୍ଚଳ । ଚାଷୀ ଓ କୃଷିର ଉନ୍ନତି ବିନା ଅଞ୍ଚଳର ଉନ୍ନତି ଅସମ୍ଭବ ବୋଲି ଆଲୋଚନା ବେଳେ ପ୍ରକାଶ କରି ଅଞ୍ଚଳର ଓ ଲୋକଙ୍କ ଉନ୍ନତି ପାଇଁ ଏକ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଲୋକଙ୍କୁ ଜଣାଇଥିଲେ । ରୂପେଶଙ୍କ ବାପା ତଥା ପାରଳା ସ୍ୱାଭମାନ ମଞ୍ଚର ମୁଖ୍ୟ ଡ. ତିରୁପତି ପାଣିଗ୍ରାହୀ ଇତି ମଧ୍ୟରେ ପାରଳାଖେମୁଣ୍ଡି ଠାରେ ଜଣାଇଛନ୍ତି ଯେ, ଫେବ୍ରୁଆରୀ ମାସ ଶେଷ ସୁଦ୍ଧା ଭୁବନେଶ୍ୱର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇ ରୂପେଶ ବିଜେଡିରେ ସାମିଲ ହେବେ । ଡ.ପାଣିଗ୍ରାହୀଙ୍କ ଏହି ସୂଚନା ପର ଠାରୁ ପାରଳାରେ ରାଜନୈତିକ ଚର୍ଚ୍ଚା ବେଶ୍ ଜୋର୍ ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ