ଯୁବ ସରପଞ୍ଚ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ହିଞ୍ଜିଳି କାଟୁ, (ଶେଷଦେବ ସାହୁ) :-ଆସନ୍ତା ୧୬ ତାରିଖରେ ହିଞ୍ଜିଳିବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ।ବ୍ଲକର ସମୁଦାୟ ୨୧ ଟି ପଞ୍ଚାୟତ ମଧ୍ୟରୁ ୪ଟି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ବିପକ୍ଷରେ କୌଣସି ପ୍ରତିଦ୍ୱନ୍ଦି ନ ଥିଲା ବେଳେ ଅବଶିଷ୍ଟ ୧୭ ଟି ପଞ୍ଚାୟତରେ ବିଧିବଦ୍ଧ ଭାବେ ନିର୍ବାଚନ ଅନୁଷ୍ଠିତ ହେବ।ବିଭିନ୍ନ ପଞ୍ଚାୟତରେ ବହୁ ପ୍ରତିଦ୍ୱନ୍ଦୀ ସରପଞ୍ଚ ପଦବୀ ହାତେଇବା ପାଇଁ ଆଶା ବାନ୍ଧିଥିବା ବେଳେ ତନ୍ମଧ୍ୟରୁ ଦାରୁଭାଦ୍ରା ପଞ୍ଚାୟତ ଅନ୍ୟତମ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।ବିଶେଷ କରି ସମଗ୍ର ହିଞ୍ଜିଳି ବ୍ଲକର ସବୁଠାରୁ କନିଷ୍ଠ ସରପଞ୍ଚ ଭାବେ ଦାରୁଭାଦ୍ରାରେ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଛି । ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ପଦବୀ ହାସଲ କରିବା ପାଇଁ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବା ଜଣାପଡ଼ିଛି।କିନ୍ତୁ ସବୁଠାରୁ ଉଲ୍ଲେଖନୀୟ ପ୍ରସଙ୍ଗ ହେଲା ବି ଟେକ ପାସ କରିଥିବା ଜଣେ ନବାଗତ ତଥା ଶିକ୍ଷିତ ଯୁବକ ସରପଞ୍ଚ ପଦବୀ ସକାଶେ ଉଦ୍ଦିଷ୍ଟ ସଂରକ୍ଷିତ ଆସନରୁ ନିର୍ବାଚନ ମଇଦାନକୁ ଓଲ୍ହାଇ ଥିବା ଚର୍ଚ୍ଚା ଜୋର ଧରିଛି।ଅନ୍ୟ ୨ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ସରପଞ୍ଚ ପଦବୀ ସକାଶେ ଚଳିତ ଥର ମୁନା ନାହାକ ପ୍ରମୁଖ ଦାବୀଦାର ଥିବା ବେଳେ ଦାରୁଭାଦ୍ରା, ସାପୁଆପଲ୍ଲୀ,ମହନାପଲ୍ଲୀ ଓ ନିମିଗାଁରେ ତାଙ୍କ ପ୍ରତି ଭୋଟରଙ୍କ କ୍ରେଜ ବୃଦ୍ଧି ପାଇଛି।ମୁନା ନିଜ ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଘରକୁ ଘର ବୁଲି ବୃଦ୍ଧଙ୍କ ଠାରୁ ମହିଳା ଓ ଯୁବ ଭୋଟରଙ୍କ ସମର୍ଥନ ପାଇବା ପାଇଁ ଆଶୀର୍ବାଦ ଭିକ୍ଷା କରି ସମଗ୍ର ପଞ୍ଚାୟତ ଗସ୍ତ କରି ନିଜ ପ୍ରଚାରକୁ ଜୋରଦାର କରିଛନ୍ତି।ସମ୍ପୃକ୍ତ ପଞ୍ଚାୟତର ଅଭିଜ୍ଞ ନେତା,ବିଦ୍ୱାନ ମଣ୍ଡଳୀ ଓ ଭୋଟରଙ୍କ ଅକୁଣ୍ଠ ସମର୍ଥନ ହାସଲ କରି ପଞ୍ଚାୟତର ବିକାଶ ଧାରାକୁ ବଜାୟ ରଖିବା ପାଇଁ ଦୃଢ଼ ଉଦ୍ୟମ ଅବ୍ୟାହତ ରହିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ