ଯୁବ ସାମ୍ବାଦିକଙ୍କୁ ରାତ୍ରି ଜଗୁଆଳିଙ୍କ ହତ୍ୟା ଧମକ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠାରେ କାର୍ଯ୍ୟରତ ଜଣେ ଯୁବ ସାମ୍ବାଦିକଙ୍କୁ ଜଣେ ରାତ୍ର ଜଗୁଆଳି ହତ୍ୟା ଧମକ ଦେଇଥିବା ବେଲଗୁଣ୍ଠା ଥାନାରେ ଅଭିଯୋଗ ହୋଇଛି I ସୂଚନା ପ୍ରକାରେ ଯୁବ ସାମ୍ବାଦିକ ଶିବରାମ ଚୌଧୂରୀ (୨୪) ଆଜି ସକାଳ ୧୧ ଘଣ୍ଟା ୩୦ ମିନିଟ୍ ସମୟରେ ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟ କାର୍ଯ୍ୟାଳୟରେ ଖବରକାଗଜ ଦେଇ ଫେରୁଥିବା ବେଳେ ମହାବିଦ୍ୟାଳୟର ରାତ୍ରି ଜଗୁଆଳି ସୁବାଷ ନାଇକ ଶିବରାମ ନିକଟକୁ ଆସି ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ଜୀବନରେ ମାରିଦେଇ ପୋତି ଦେବାକୁ ଧମକ ଦେଇଥିଲା I ଏହା ସହିତ ମହାବିଦ୍ୟାଳୟ କର୍ମଚାରୀଙ୍କ ଆଗରେ ଶିବରାମଙ୍କୁ ମାରିବାକୁ ଗୋଡ଼ାଇଥିଲା I ଶିବ ପ୍ରାଣ ବିକଳରେ ସେଠାରୁ ଦୌଡ଼ି ପଳାଇଯିବା ସମୟରେ ସୁବାଷ ଶିବଙ୍କୁ ମାରିବାକୁ ପିଛା କରିବା ସହ ଗାଳି କରିଥିଲା I ଏହି ସମୟରେ ସେଠାରେ କାର୍ଯ୍ୟରତ ଜଣେ ପୋଲିସ୍ କର୍ମଚାରୀ ସୁବାଷ କବଳରୁ ଶିବଙ୍କୁ ରକ୍ଷା କରିଥିଲେ I ଏନେଇ ଶିବ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ଥାନାର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି I ଏ ନେଇ ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଙ୍କ ସଭାପତିତ୍ୟରେ ଏକ ଜରୁରୀ ବୈଠକ ବସିଥିଲା ଏଥିରେ ସମସ୍ତ ସଦସ୍ୟ ସାମ୍ବାଦିକ କୁ ଧମକ ଦେବା ଘଟଣାକୁ ଦୃଢ ନିନ୍ଦା କରିବା ସହ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାଯ୍ୟାନୁଷ୍ଠାନ ନେବାକୁ ଥାନା ଅଧିକାରୀଙ୍କୁ ଅନୁରୋଧ କରାଯାଇଛି ।


