ଯୁବ ସାମ୍ବାଦିକ ଅଂଶୁମାନଙ୍କୁ କରୋନା ଯୋଦ୍ଧା ସମ୍ମାନ
ମୋହନା, (ଓ୍ୱାଇଏନ୍ଏସ୍): ବିଶ୍ୱମହାମାରୀ କୋରନା ସମୟରେ କୋରନା ସଂକ୍ରମଣକୁ ରୋକିବାରେ ପୋଲିସ ପ୍ରଶାସନ ଓ ଲୋକମାନଙ୍କ ନିକଟରେ ସଠିକ୍ ତଥ୍ୟ ପହଞ୍ଚାଇବାରେ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରଶଂସାର ପାତ୍ର । ଗଣମାଧ୍ୟମ ପ୍ରତିନିଧିମାନେ କୋରନା ଯୁଦ୍ଧ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ନିଜ ଘର ଓ ପରିବାରକୁ ଛାଡି କୋରାନାର ସ୍ଥିତି ସମ୍ପର୍କରେ ଟିକ୍ନିଖ୍ ଖବର ପ୍ରଦାନ କରିଥିବାରୁ ସେମାନେ ପ୍ରକୃତରେ କୋରନା ବିରୋଧି ଯୁଦ୍ଧର ଜଣେ ଜଣେ ସାର୍ଥକ ଯୋଦ୍ଧା । ଗଜପତି ଜିଲ୍ଲା ମୋହନା ବ୍ଲକର ଏହିପରି ଜଣେ ଯୁବ ସାମ୍ବାଦିକ ଅଂଶୁମାନ ପଣ୍ଡା ଯିଏ କି ଏହି ବିପଦ ସମୟରେ ନିଜର ସାହାସିକତା ଦେଖାଇଛନ୍ତି । ଏକ ଭିନ୍ନ ପ୍ରୟାସରେ ଲୋକଙ୍କ ସହାୟତା କରିବା ସହ ଲକଡାଉନ୍ ପ୍ରଥମ ଦିନରେ ୩୯ ଟି ପଞ୍ଚାୟତ ବୁଲି ନିଜ ସହଯୋଗୀମାନଙ୍କ ସହ ମିଶି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ଗରିବ ପରିବାର ଓ ପ୍ରବାସୀମାନଙ୍କୁ, ଏପରିକି କିଛି ଜାଗା ପାଣିଗଣ୍ଡା ଅଞ୍ଚଲରେ ମସ୍କ୍ ବଣ୍ଟନ କରିଥିଲେ । ଏହି ଭିତରେ ଘଟି ଯାଇଥିବା ଘଟଣା ଓ ଦୁର୍ଘଟଣାରରେ ଦୁଃଖରେ ଥିବା ପରିବାରଙ୍କୁ ସମବେଦନା ସହ ସହାୟତା କରିଥିଲେ । ଏହା ଭିତରେ ତାଙ୍କର ରିପୋଟିଂ କାର୍ଯ୍ୟ ମଧ୍ୟ ଚାଲୁ ରହିଥିଲା, ଯଥା ଗୁଣି ଗାରିଡିରେ ସ୍ୱାମୀ ସ୍ତ୍ରୀ ହତ୍ୟା ଘଟଣା, ବାଇକ୍ ପିକପ ଦୁର୍ଘଟଣା ୩ ମୃତ , ମଦ ମାଫିଆ-ପୋଲିସ ଗଣ୍ତଗୁଳ, ଚାନ୍ଦିପୁଟରେ ତାଲା ଭାଙ୍ଗି ଦୁକାନରୁ ଚୋରି, ଅଡବା ଅଞ୍ଚଳରେ ବାଇକି ଚୋରି ଦୁଇ ଗିରଫ, ବିରିକୋଟ ଗାଁରେ ଅଣ୍ଡର ଗ୍ରାଉଣ୍ଡ ଭିତରୁ ୩ ଭାଇଙ୍କ ଶବ ଉଦ୍ଧାର, ମୋହନା ଥାନାରେ ନାବାଳିକାକୁ ଅପହରଣ ପ୍ରମୁଖ ଘଟଣାଗୁଡିକର ପୁଙ୍ଖାନୁପୁଙ୍ଖ ତଥ୍ୟ ସାମ୍ବାଦିକତା ମାଧ୍ୟମରେ ଲୋକଲୋଚନକୁ ଆଣିଥିଲେ । ଏହା ଛଡ଼ା ସେ ଜଣେ ସମାଜସେବୀ ହୋଇଥିବାରୁ ପ୍ରବାସୀଙ୍କ ଦୁଃଖକୁ ହୃଦ୍ବୋଧ କରିବା ସହ ପ୍ରବାସୀଙ୍କୁ ବହୁ ସ୍ଥାନରେ ଖାଦ୍ୟ ବଣ୍ଟନ ଏବଂ ବିଭିନ୍ନ ସମୟରେ ଗରିବଙ୍କୁ ସାହାର୍ଯ୍ୟ କରିବା ସହ ସେମାନଙ୍କ ସମସ୍ୟାକୁ ଗଣମଧ୍ୟମରେ ପ୍ରକାଶ କରି ସମସ୍ୟାକୁ ଲାଘବ କରିବା ପାଇଁ ଚେଷ୍ଟା ମଧ୍ୟ କରିଛନ୍ତି । ତାଙ୍କର ଏହି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏକଲବ୍ୟ ଯୁବକ ସଂଘ ପକ୍ଷରୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି । ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନିୟ ମେଡିକାଲ ସଭା ଗୃହ ରେ ଏକ କାର୍ଯ୍ୟକ୍ରମରେ ଏକଲବ୍ୟ ଯୁବକ ସଂଘ ଯୁବ ସାମ୍ବାଦିକ ଅଂଶୁମାନ ପଣ୍ଡାଙ୍କୁ କରୋନା ଯୋଦ୍ଧା ଭାବେ ମାନପତ୍ର ପ୍ରଦାନ କରି ସମ୍ମାନୀତ କରିଛନ୍ତି ।


