ଯୁବ ସାମ୍ବାଦିକ ଜଗନ୍ନାଥଙ୍କ ଏକାଦଶାହ ତିଥିରେ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ସ୍ମୃତିସଭା ଏବଂ କ୍ୟାଣ୍ଡେଲ୍ ଶୋଭାଯାତ୍ରା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ରେ କାର୍ଯ୍ୟରତ ଦୈନିକ ଖବର କାଗଜ ସମୟର ସାମ୍ବାଦିକ ସ୍ଵର୍ଗତ ଜଗନ୍ନାଥ ନାୟକଙ୍କ ଏକାଦଶାହ ତିଥିରେ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ସ୍ମୃତିସଭା ଏବଂ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା, ସରପଞ୍ଚ ସତ୍ୟବାନ ସ୍ୱାଇଁ, ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର, ସାହିତ୍ୟିକ ଗୋପାଳ ଚନ୍ଦ୍ର ଲେଙ୍କା, ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ସଭାପତି ଅମରେନ୍ଦ୍ର ପଟ୍ଟନାୟକ, ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ, ପ୍ରେସକ୍ଲବ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ପ୍ରମୁଖ ମଞ୍ଚାସୀନ ରହି ସ୍ଵର୍ଗତ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ସ୍ମୃତିଚାରଣ କରିଥିଲେ I ସ୍ଵର୍ଗତ ଜଗନ୍ନାଥ ସାମ୍ବାଦିକତା କରିବା ସହିତ ଜଣେ ଦକ୍ଷ ମଞ୍ଚ କଳାକାର ଏବଂ ସମାଜସେବୀ ଭାବରେ ଜଣାଶୁଣା ଥିଲେ I ଜଗନ୍ନାଥ ଜଣେ ପରୋପକାରୀ ବ୍ୟକ୍ତି ଥିଲେ I ସେ ଏକ ଯୁବ ସଙ୍ଗଠନ ଗଢି ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିଲେ I ତେବେ ସାମ୍ୱାଦିକତାକୁ ପେଶାକରି ନିଜ ପରିବାର ପ୍ରତିପୋଷଣ କରିବା କଷ୍ଟକର ଥିବାରୁ ସେ ଗୋପାଳପୁର ଠାରେ ଏକ ଫାଷ୍ଟଫୁଡ୍ ଷ୍ଟଲ୍ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ I ଗତ ରବିବାର ଦିନ ଗୋପାଳପୁରର ଏକ ବନ୍ଦ ଘରୁ ଜଗନ୍ନାଥଙ୍କ ଗଳିତ ଶବ ଉଦ୍ଧାର ହୋଇଥିବା ବେଳେ ତାଙ୍କୁ ହତ୍ୟାକରିଥିବା ମାମଲାରେ ପୋଲିସ୍ ଜଗନ୍ନାଥଙ୍କ ଫାଷ୍ଟଫୁଡ୍ ଷ୍ଟଲ୍ ରେ କାମ କରୁଥିବା ଏକ ନାବାଳକକୁ ଗିରଫ କରିଛି I ତେବେ ଜଣେ ନାବାଳକ ଜଗନ୍ନାଥଙ୍କୁ ହତ୍ୟା କରିଥିବା ଘଟଣାକୁ ଅଞ୍ଚଳବାସୀ ସହଜରେ ଗ୍ରହଣ କରି ପାରୁନାହାଁନ୍ତି I ସେମାନେ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି I ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ପ୍ରେସକ୍ଲବ ସହସମ୍ପାଦକ ସରୋଜ ଶତପଥି, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ,ସୁଶାନ୍ତ କୁମାର ବେହେରା,ବିଭୂପାଦ ଜେନା,ମାଧବ ଚନ୍ଦ୍ର ଆପଟ,ପ୍ରଦୀପ କୁମାର ଚୌଧୂରୀ,ଅକ୍ଷୟ ଶତପଥୀ,ମନୋରଞ୍ଜନ ମହାରଣା , ତୋଫାନ ସାହୁ, ଶିବ ପ୍ରସାଦ ମହାପାତ୍ର, କୃଷ୍ଣଚନ୍ଦ୍ର ପଟ୍ଟନାୟକ, pପଞ୍ଚାନନ ସାହୁ, ରାଜେଶ୍ କୁମାର ପାତ୍ର, ସନ୍ତୋଷ କୁମାର ଡାକୁଆ, ପଞ୍ଚାନନ ନାୟକ, ନୀଲୁ ପାତ୍ର,ସନ୍ତୋଷ କୁମାର ପ୍ରଧାନ,ନିଲୁ ବିଷୋୟୀ, ଧନଞ୍ଜୟ ପଟ୍ଟନାୟକ, ମନୋଜ କୁମାର ଗୌଡ଼, ରାଜେଶ୍ କୁମାର ପଣ୍ଡା,ଖଇରପୁଟି ସମିତିସଭ୍ୟ ବିନୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ I ସ୍ଵର୍ଗତ ଜଗନ୍ନାଥଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉପସ୍ଥିତ ସାମ୍ବାଦିକ,ଜନପ୍ରତିନିଧି ଏବଂ ଗ୍ରାମବାସୀ ଏକ କ୍ଯାଣ୍ଡେଲ୍ ଶୋଭାଯାତ୍ରାରେ ସାହି ପରିକ୍ରମା କରିଥିଲେ I ଆଜି ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ଜଗନ୍ନାଥଙ୍କ ପରିବାରକୁ କିଛି ଆର୍ଥିକ ସହଯୋଗ ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମରେ ସ୍ଵର୍ଗତ ଜଗନ୍ନାଥଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ରଙ୍କ ସମେତ ସାହି ବାସୀନ୍ଦା ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ