ଯୁବ ସାରସ୍ଵତ ସାଧକ କବି ଅମିତାଭଙ୍କ ‘କବିତା କୋରକ’ ଲୋକାର୍ପିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଓଡିଶାର ଯୁବ ସାରସ୍ୱତ ସାଧକ ତଥା ବାରିପଦା ଗୋପବନ୍ଧୁ ସାହିତ୍ୟ ସଂସଦର ସଂପାଦକ ତଥା ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ କବି ଅମିତାଭ ମିଶ୍ରଙ୍କ ୧୪ ତମ ନୁତନ ସଂକଳନ: କବିତା କୋରକ’ ମୟୂରଭଂଜ ଜିଲ୍ଲାର କପ୍ତିପଦା ଉପଖଣ୍ଡର ଗୌଡଗାଁର ରଘୁନାଥ ସେବାସଦନ ପରିସରରେ ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକରେ ୧୦୮ଟି କ୍ଷୁଦ୍ର କବିତା ସ୍ଥାନିତ ହୋଇଛି । ମୟୂରଭଂଜ ସାହିତ୍ୟ ଏକାଡେମୀ ଦ୍ଵାରା ବହିଟି ପ୍ରକାଶିତ ହୋଇଛି । ଏହି ଉନ୍ମୋଚନ ସମାରୋହରେ ମୟୂରଭଂଜ ସାହିତ୍ୟ ଏକାଡେମୀ ସଭାପତି ଡ଼ଃ ସରୋଜ ନାୟକ , ସଂପାଦକ ଡଃ ଶ୍ରୀହରି ପଣ୍ଡା, ବିଶିଷ୍ଟ ସାହିତ୍ୟିକା ବିଦ୍ୟୁତ୍ ଲତା ପଣ୍ଡା,ତାରିଣୀ ପ୍ରସାଦଙ୍କ କର ଅମଳରେ ପୁସ୍ତକଟି ସମୀକ୍ଷା ସହ ଉନ୍ମୋଚିତ ହୋଇଥିଲା | ନିରାଡମ୍ବରରେ ସାରସ୍ଵତ କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା । ଯୁବ କବିଙ୍କ ସାରସ୍ଵତ ସାଧନାକୁ ସାଧାରଣରେ ପ୍ରଶଂସା କରାଯାଇଛି ।

 
             
						 
						 
						 
						 
						 
						
