ଯୁଵକଙ୍କ ଅକାଳ ବିୟୋଗ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ମାଳଦା ତିଆଡି ସାହି ଗ୍ରାମର ଯୁବକ ଦୀନବନ୍ଧୁ ତ୍ରିପାଠୀଙ୍କ ଆଜି ଅକାଳ ବିୟୋଗ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୧ ବର୍ଷ ହୋଇଥିଲା।ସେ ଦୀର୍ଘ ଦିନ ହେବ ମସ୍ତିଷ୍କ ଜନିତ ଗୁରୁତର ରୋଗରେ ପିଡିତ ଥିଲେ।ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଘରେ ରହି ଚିକିତ୍ସା ହେଉଥିବା ବେଳେ ଆଜି ଦିନ ପ୍ରାୟ ୧୧ଟା ଵେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।ଯୁଵକଙ୍କ ଅକାଳ ମୃତ୍ୟୁ ଯୋଗୁଁ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଘରେ କେବଳ ତାଙ୍କର ବିଧବା ପତ୍ନୀ ରହିଛନ୍ତି।ଏପରି ସ୍ଥଳେ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।


