ଯେଉଁମାନେ ମୋ ଗୋଡ଼ ଟାଣିଛନ୍ତି ସେମାନଙ୍କ କଥା ଜଗନ୍ନାଥ ବୁଝିବେ : ପ୍ରଭାତ ବିଶ୍ୱାଳ

କଟକ, (ଯୁଗାବ୍ଦ ନ୍ୟୁଜ):କଟକରେ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ। ତେବେ ସେଠାରେ ପ୍ରଭାତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି,କିଛି ଲୋକ ମୋ ଗୋଡ଼ ଟାଣିଛନ୍ତି। ଯେଉଁମାନେ ମୋ ଗୋଡ଼ ଟାଣିଛନ୍ତି ସେମାନଙ୍କ କଥା ଜଗନ୍ନାଥ ବୁଝିବେ। ରାମାୟଣରେ ରାମ ଓ ରାବଣ, ମହାଭାରତରେ କୃଷ୍ଣ ଓ କଂସ ଅଛନ୍ତି। ସେହିପରି ରାଜନୀତିରେ ବି ଅଛନ୍ତି, ତା’ର ନମୁନା ବିଭିନ୍ନ ସମୟରେ ଦେଇଛି। ତେବେ ପୂର୍ବରୁ ବିଜେଡି ଶୋଚନୀୟ ପରାଜୟକୁ ନେଇ ଦଳର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ପ୍ରଣବ ପ୍ରକାଶ ଦାସ (ବବି )ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରିଥିଲେ। ପରେ ରାଜ୍ୟ ସଭା ଏମ୍ପି ଦେବାଶିଷ ସାମନ୍ତରାୟ ମୁହଁ ଖୋଲି କହିଥିଲେ, ସିବିଆଇ ମାମଲାରୁ ବର୍ତ୍ତିବାକୁ ପ୍ରଭାତ ଭାଜପା ଆଡ଼କୁ ଢଳୁଥିବା ଲାଗୁଛି। ପ୍ରଭାତ ବାବୁ ଦରକାର ପଡ଼ିବା ବେଳେ ପାଣ୍ଡିଆନ, ବବି ପାଖକୁ ଦୌଡୁଥିଲେ। ପାଣ୍ଡିଆନ କାମ କଲା ବେଳେ ତ ପ୍ରଭାତ ତାଙ୍କୁ ସମାଲୋଚନା କରୁନଥିଲେ। ପରାଜୟ ନେଇ ଏବେ ସେ ପ୍ୟାରୀ ବାବୁଙ୍କ ଲୁହ ପଡ଼ିଲା ବୋଲି କହୁଛନ୍ତି। ପ୍ୟାରୀଙ୍କ ଷଡ଼ଯନ୍ତ୍ର ବେଳେ ଏ ବାବୁଙ୍କ ପ୍ରମୁଖ ଭୂମିକା ଥିବା ସ୍ପଷ୍ଟ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ