ଯେଉଁ ଗାଁରେ ରୁହନ୍ତି କେବଳ ବଳାକ୍ରାରୀ

ସାଧାରଣତଃ ଅପରାଧ କଲେ ଜେଲ ଦଣ୍ଡ ଭୋଗିବାକୁ ପଡିଥାଏ । ହେଲେ ଆମେରିକାର ଫ୍ଲୋରିଡାଠାରୁ ୨ କିଲୋମିଟର ଦୂରରେ ଏମିତି ଏକ ଗାଁ ଅଛି ଯେଉଁଠାରେ କେବଳ ବଳାକ୍ରାରୀମାନେ ରହିଥାଆନ୍ତି । ଏଠାରେ ୨ଶହରୁ ଊଦ୍ଧ୍ୱର୍ ବଳାକ୍ରାରୀ ରହିଥିବା କୁହାଯାଏ । ତେବେ ଯେଉଁମାନେ ନାବାଳିକା, ନିଜ ପ୍ରେମିକା କିମ୍ବା ଅଜଣା ମହିଳାଙ୍କୁ ବଳାକ୍ରାର କରିଥାଆନ୍ତି ସେମାନଙ୍କୁ ଏହି ଗାଁରେ ରହିବାକୁ ପଡିଥାଏ । ଏମାନେ ନିଜର ଭରଣ ପୋଷଣ ନିଜେ କରିଥାଆନ୍ତି । ଫ୍ଲୋରିଡାରେ ବଳାକ୍ରାର ଏକ ଜଘନ୍ୟ ଅପରାଧ ହୋଇଥିବା ବେଳେ ଏହାକୁ ନେଇ କଠୋର ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି । ଏମାନେ ସ୍କୁଲ, କଲେଜ, ବସ୍ଷ୍ଟାଣ୍ଡ ଅବା ସାଧାରଣ ଲୋକ ଚଳପ୍ରଚଳ ହେଉଥିବା ସ୍ଥାନରୁ ବହୁ ଦୂରରେ ରହିଥାଆନ୍ତି । ଏମାନଙ୍କୁ କଠିନ ଦଣ୍ଡ ଦିଆଯାଇଥାଏ । ତେବେ ଏହି ଗାଁ ତିଆରି ହେବା ପଛରେ ବଡ଼ କାରଣ ମଧ୍ୟ ରହିଛି । ଯେଉଁମାନେ ହିଂସ୍ରକ ଯୌନ ଅପରାଧୀ ନୁହେଁ ଓ ନିଜକୁ ସୁଧାରିବାକୁ ଚାହାଁନ୍ତି ସେମାନଙ୍କୁ ଏହି ଗାଁରେ ରଖାଯାଇଥାଏ । ୧୯୬୦ରୁ ଏହି ଗାଁ ନିର୍ମାଣ ହୋଇଛି ବାଲି ସ୍ଥାନୀୟ ଲୋକେ କୁହନ୍ତି । ଆଉ ଦଣ୍ଡ ସ୍ୱରୂପ ଏମାନେ ନିଜର ଭରଣ ପାଷଣ ନିଜେ କରିଥାଆନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ