ଯେଉଁ ମନ୍ଦିରରେ ମୃତବ୍ୟକ୍ତି ହୋଇଥାଆନ୍ତି ଜୀବିତ

ଜନ୍ମ ଓ ମୃତ୍ୟୁ ଜୀବନର ଚିରନ୍ତନ ସତ୍ୟ । ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ । ମୃତ୍ୟୁର ଯାତ୍ରାରୁ କେହି କେବେ ଫେରିନାହିଁ । କିନ୍ତୁ ଏପରି ଏକ ମନ୍ଦିର ଅଛି, ଯେଉଁଠି ମୃତବ୍ୟକ୍ତି ମଧ୍ୟ ଜୀବିତ ହୋଇଯାଏ । ଏହି କଥା ଜାଣିବା ପରେ ଆପଣ ନିଶ୍ଚେ ଆଶ୍ଚର୍ଯ୍ୟ ଚକିତ ହେଉଥିବେ, ମାତ୍ର କଥାଟା ସତ୍ୟ ।
ଏହି ମନ୍ଦିର ଦେବଭୂମି ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ୍ରୁ ୧୨୮ କିଲୋମିଟର ଦୂର ଲାଖାମଣ୍ଡଲ ନାମକ ସ୍ଥାନରେ ଅବସ୍ଥିତ । କିମ୍ବଦନ୍ତୀ ଅନୁସାରେ, ଅଜ୍ଞାତବାସ ସମୟରେ ଦୁର୍ଯ୍ୟୋଧନ ମା’ କୁନ୍ତୀ ଓ ପଞ୍ଚପାଣ୍ଡବଙ୍କୁ ମାରିବା ପାଇଁ ଜଉଗୃହ ନିର୍ମାଣ କରିଥିଲେ । ପାଣ୍ଡବମାନେ ଯେଉଁ ଗୁମ୍ଫା ଦେଇ ଜଉଗୃହ ଦେଇ ବାହାରିଥିଲେ, ଉକ୍ତ ଐତିହାସିକ ଗୁମ୍ଫା ବର୍ତ୍ତମାନ ସେହି ସ୍ଥାନରେ ଅବସ୍ଥିତ । ଏହି ଅଞ୍ଚଳରୁ ଅନେକ ଶିବଲିଙ୍ଗ ମିଳିଛି । ଏହା ପ୍ରମାଣିତ କରିଥାଏ ଯେ, ପାଣ୍ଡବମାନେ ଏହି ନଗରରେ ବସବାସ କରିଥିଲେ । ଏହିଠାରୁ ମିଳିଥିବା ଶିବଲିଙ୍ଗର ବିଶେଷତ୍ୱ ହେଉଛି ଏହା ଭିନ୍ନ ଭିନ୍ନ ହୋଇଥାଏ । ହଜାର ବର୍ଷ ଏହି ଲିଙ୍ଗ ମାଟିରେ ପୋତି ହୋଇଥିଲେ ମଧ୍ୟ ତାହା ଆଜି ବି ଚିକ୍ଚିକ୍ କରିଥାଏ । ଏହାକୁ ମହାମୁଣ୍ଡେଶ୍ୱର ମଧ୍ୟ କୁହାଯାଇଥାଏ । ଏହି ମନ୍ଦିରର ଅଗଣାରେ ଏକ ଲିଙ୍ଗ ରହିଛି, ଯାହାକୁ ଅଜ୍ଞାତବାସ ସମୟରେ ଯୁଧିଷ୍ଠିର ନିର୍ମାଣ କରିଥିଲେ । ଦ୍ୱିତୀୟ ଲିଙ୍ଗ ଗ୍ରାଫାଇଟ୍ରେ ନିର୍ମିତ, ଯାହା ଉପରେ ଜଳ ଢାଳିଲେ ସେଥିରେ ବ୍ୟକ୍ତିର ପ୍ରତିଛବି ଦେଖାଯାଇଥାଏ । ଏହି ଲିଙ୍ଗ ଆଗରେ ଦୁଇ ଦ୍ୱାରପାଳ ପଶ୍ଚିମକୁ ମୁହଁକରି ଛିଡ଼ା ହୋଇଛନ୍ତି । କୁହାଯାଏ, ଏହି ଦ୍ୱାରପାଳଙ୍କୁ ସାମ୍ନାରେ ରଖିବା ପରେ ପୂଜକ ଅଭିଷେକ ମନ୍ତ୍ର ଜଳ ଛିଞ୍ଚିଥାଆନ୍ତି । ପରେ କିଛି ସମୟ ପାଇଁ ମୃତବ୍ୟକ୍ତି ଜୀବିତ ହୋଇ ଯାଇଥାଏ । ସେହି ବ୍ୟକ୍ତି ମହାଦେବଙ୍କୁ ସ୍ମରଣ କରିଥାଆନ୍ତି । ପୂଜାରୀ ତାଙ୍କୁ କ୍ଷୀର, ଅରୁଆ ଚାଉଳ ଓ ଗଙ୍ଗା ଜଳ ଦେଇଥାଆନ୍ତି, ଯାହାକୁ ଗ୍ରହଣ କରିବା ମାତ୍ରେ ଆତ୍ମା ପୁଣି ଶରୀର ତ୍ୟାଗ କରିଥାଏ । ଏଠାରୁ କେହି ଖାଲି ହାତରେ ଫେରି ନ ଥିବା ଲୋକ ବିଶ୍ୱାସ ରହିଛି । କିନ୍ତୁ ଆଜି ବି ଏହାର ରହସ୍ୟ ଅସ୍ପଷ୍ଟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ