ଯୈାତୁକଜନିତ ବଧୁହତ୍ୟା ଅଭିଯୋଗରେ ସ୍ୱାମୀ ଓ ଶଶୁର ଗିରଫ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଅଧିକ ଯୈାତୁକ ଦାବିକରି ବୋହୁକୁ ହତ୍ୟା କରିଥିବା ଅଭିଯୋଗରେ ମୃତକର ସ୍ୱାମୀ ଓ ଶଶୁର ଗିରଫ ହୋଇ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି । ସଦରଥାନା ଅନ୍ତର୍ଗତ କୁଳାପଡା ଗ୍ରାମର ବଳଭଦ୍ର ରାଉତଙ୍କ ପୁଅ ଦୀପକ ସହିତ ସେହି ଥାନା ଅନ୍ତର୍ଗତ ଭରତପୁର(ଖଣ୍ଡିଆବନ୍ଧ) ଗ୍ରାମର ମଧୁସୁଦନ ସାମଲଙ୍କ ଝିଅ କୁନିଲତା ୨ବର୍ଷ ତଳେ ବିବାହ କରିଥିଲେ । ବିବାହ ସମୟରେ ବରପକ୍ଷର ଦାବୀ ମୁତାବକ ସମସ୍ତ ଯୈାତୁକ ଦିଆଯାଇଥିଲେବି ଶଶୁରଘର ପକ୍ଷରୁ ଅଧିକ ଯୈାତୁକ ଦାବୀ କରାଯାଇ କୁନିଲତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ବେଳେ ଗତ ବୁଧବାର କୁନିଲତାଙ୍କୁ ମାରିଦେଇଥିବା ସମ୍ପର୍କରେ ତାଙ୍କ ବାପା ମଧୁସୁଦନ ସଦର ଥାନାରେ ଅଭିଯୋଗ କରିବା ପରେ ସେହି ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରିଥିଲା । ସେହି ଘଟଣାରେ ପୋଲିସ ମୃତକର ସ୍ୱାମୀ ଦୀପକ ଓ ଶଶୁର ବଳଭଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରମୋଦ ମଲ୍ଲିକଙ୍କ ଠାରୁ ସୂଚନା ମିଳିଛି ।