ଯୈାତୁକ ନିର୍ଯ୍ୟାତନା ଜନିତ ମୃତ୍ୟୁ ମାମଲାରେ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଏକ ଯୈାତୁକ ନିର୍ଯ୍ୟାତନା ଜନିତ ମୃତ୍ୟୁ ଘଟଣାର ବିଚାର କରି କେନ୍ଦ୍ରାପଡା ଜିଲ୍ଲା ଦୈାରାଜଜ ଗୋପାଳ ଚନ୍ଦ୍ର ବେହେରା ଅଭିଯୁକ୍ତକୁ ୭ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ଆଇତିପୁର ଗ୍ରାମର କୈଳାସ ମଳିକଙ୍କ ଝିଅ ମାମିନା ମଳିକଙ୍କର ହିନ୍ଦୁ ରୀତିନୀତି ଅନୁଯାଇ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଚେରିପଡା ଗ୍ରାମର ସ୍ୱର୍ଗତ ଜାଗର ମଳିକଙ୍କ ପୁଅ ଉମାକାନ୍ତ ମଳିକଙ୍କ ସହିତ ଗତ ୨୦୦୬ମସିହାରେ ବିବାହ ହୋଇଥିଲା । ବିବାହ ସମୟରେ ଶଶୁର ଘର ଦାବି ମୁତାବକ ସୁନା ଅଳାଙ୍କର ସମେତ ନଗଦ ୩୦ହଜାର ଟଙ୍କା ମାମିନା ଶଶୁର ଘରକୁ ଦିଆଯାଇଥିଲା । ବାହାଘର ପରେ ସବୁ ଠିକଠାକ ଚାଲୁଥିବା ବେଳେ କିଛିଦିନ ପରେ ଶଶୁର ଘର ପକ୍ଷରୁ ଅଧିକ ୫୦ହଜାର ଟଙ୍କା ଯୈାତୁକ ବାବଦକୁ ତାଙ୍କ ଘରୁ ଆଣିବାକୁ ମାମିନାକୁ ବାଧ୍ୟ କରାଯାଇ ତା ଉପରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଆରମ୍ଭ ହୋଇଥିଲ। ।  କିନ୍ତୁ ମାମିନା ଏଥିରେ ରାଜି ହୋଇନଥିଲା । ସେ କହିଥିଲା ଯେ ତା’ ବାହାଘର ପାଇଁ କରାଯାଇଥିବା କରଜ ସୁଝାଯାଇ ନଥିବାରୁ ଅଧିକ ଯୈାତୁକ ପାଇଁ ସେ ବାପା କିମ୍ବା ଭାଇଙ୍କୁ ବାଧ୍ୟ କରିପାରିବ ନାହିଁ । ଏ ନେଇ ବାରମ୍ବାର ମାମିନା ଉପରେ ନିର୍ଯ୍ୟାତନା ବଢିବାରେ ସେ ଏସମ୍ପର୍କରେ ବାପଘରକୁ ଜଣାଇଥିଲା । ବାପଘରୁ ଭାଇ, ଦାଦା ଓ ଅନ୍ୟ ଭଦ୍ରବ୍ୟକ୍ତିମାନେ ମାମିନାର ଶଶୁର ଘରେ ପହଞ୍ଚି ବୁଝାଶୁଝା କରି ଫେରିଥିଲେ । କିନ୍ତୁ ନିର୍ଯ୍ୟାତନାର ମାତ୍ରା ଅତ୍ୟଧିକ ହୋଇଯିବାରୁ ମାମିନା ଆଉ ସହି ପାରିନଥିଲା । ଗତ ୨୦୧୨ ମସିହା ଜୁଲାଇମାସ ୭ତାରିଖରେ ତୁରନ୍ତ ଶାଶୁ ଘରେ ପହଞ୍ଚ ନଚେତ ତାକୁ ଜୀବନରେ ମାରିଦେବେ ବୋଲି ମାମିନା ତାର ଭାଇ ସୁନାକରକୁ ଟେଲିଫୋନ ଯୋଗେ ଜଣାଇଥିଲା । ଜରୁରୀ କାମ ଥିବାରୁ ସୁନାକର ସେହିିିିିିିିିିିିିିିିଦିନ ଯାଇନପାରି ପରଦିନ ମାମିନାର ଶାଶୁ ଘର କଚେରିପଡା ଗ୍ରାମରେ ପହଞ୍ଚି ମାମିନା ମରିପଡିଥିବା ଦେଖିବାକୁ ପାଇଥିଲା । ଏସମ୍ପର୍କରେ ସୁନାକର ସଦର ଥାନାରେ ତା ଭଉଣୀ ମାମିନାକୁ ଶାଶୁ ଘର ଲୋକ ଅଧିକ ଯୈାତୁକ ଦାବିରେ ମିଳିମିଶି ମାରିଦେଇଥିବା ନେଇ ଅଭିଯୋଗ କରିଥିଲା । ସେହି ଅଭିଯୋଗ ଉପରେ ସଦର ଥାନାରେ ଏକ ଯୈାତୁକ ନିର୍ଯ୍ୟ।ତନା ଜନିତ ହତ୍ୟା କାଣ୍ଡ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା । ପୋଲିସ ପକ୍ଷରୁ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ ହେବା ପରେ ଘଟଣାର ବିଚାର ଚାଲିଥିଲା । ଜି.ଆର. କେଶ ନମ୍ବର ୭୦୪/୨୦୧୨ ଏବଂ ଏସଟି କେଶ ନମ୍ବର- ୯୦/୨୦୧୪ରେ କେନ୍ଦ୍ରାପଡା ଜିଲ୍ଲା ଦୈାରାଜଜ ଶ୍ରୀ ବେହେରା ସେହି ମାମଲାର ବିଚାର କରି ଅଭିଯୁକ୍ତ ଉମାକାନ୍ତ ମଳିକଙ୍କ ସମେତ ଅନ୍ୟ ୫ଜଣଙ୍କୁ ଭାରତୀୟ ପିଙ୍ଗଳ କୋର୍ଡର ୩୦୪(ବି) (ଯୈାତୁକ ଜନିତ ନିର୍ଯ୍ୟାତନା) ଦଫାରେ ୭ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଥିବା ବେଳେ ୪୯୮(ଏ)(ଯୈାତୁକ ଜନିତ ମୃତ୍ୟୁ) ଦଫାରେ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ଆଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ମାନସରଞ୍ଜନ ବେହେରା ମକ୍କଦ୍ଦମା ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ