ଯୈାତୁକ ନିର୍ଯ୍ୟାତନା ମାମଲା ; ପ୍ରମାଣ ଅଭାବରୁ ୩ ନିର୍ଦ୍ଦୋଶରେ ଖଲାସ
ବେଲଗୁଣ୍ଠା.( ଯୁଗାବ୍ଦ ନ୍ୟୁଜ୍): ବେଲଗୁଣ୍ଠା ବ୍ଲକ ନାଟେଙ୍ଗା ଗ୍ରାମର ଜୋସ୍ନା ପରିଡାଙ୍କୁ ଶାଶୁ ଘର ଲୋକ ଯୈାତୁକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ପରେ ଗିରଫ ହୋଇଥିବା ଶାଶୁ ,ଶ୍ୱଶୁର ,ଦିଅର ଙ୍କୁ ପ୍ରମାଣ ଅଭାବରୁ ୩ ଜଣ ଙ୍କୁ ଗତକାଲି ଭଞ୍ଜନଗର ଏସ୍ ଡି ଜେ ଏମ୍ ବିଚାରପତି ବେଦପ୍ରକାଶ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ମିଳିଥିବା ଖବର ଅନୁଯାୟୀ ବେଲଗୁଣ୍ଠା ବ୍ଲକ ନାଟେଙ୍ଗା ଗ୍ରାମର ଭଗବତ ରାଉତଙ୍କ କନିଷ୍ଠ ଝିଅ ଜୋସ୍ନା ପରିଡା ଇଙ୍ଗିନାଠି ପଂଚାୟତର ପଂଚୁପରିଡାଙ୍କ ପୁଅ ରାମଚନ୍ଦ୍ର ପରିଡାଙ୍କୁ ହିନ୍ଦୁଧର୍ମୀୟ ରିତିନୀତି ଅନୁଯାୟୀ ୨୦୦୮ ମସିହାରେ ବିବାହ କରିଥିଲେ । ୨୦୧୪ ମସିହାରେ ଜୋସ୍ନାକୁ ଶାଶୁ ,ଶଶ୍ୱର ,ଦିଅର ମିଶି ରଙ୍ଗୀନ ଟିଭି ସମେତ ନଗଦ ୫୦ହଜାର ଟଙ୍କା ଆଣିବାକୁ ଚାପ ପକାଇବା ସହ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଥିଲେ । ୩ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ସେମାନେ କିଛି ଦିନ ପରେ ଜାମିନରେ ଆସିଥିଲେ । ସାକ୍ଷ୍ୟ ପ୍ରମାଣ ଅଭାବରୁ ସେମାନଙ୍କୁ ନିର୍ଦୋଶରେ ଖଲାସ କରାଯାଇଛି । ମୁକ୍ତ ହୋଇଥିବା ୩ ଜଣଙ୍କ ପାଇଁ ଆଇନଜୀବୀ ସୋମନାଥ ନାୟକ ,ସମୀର ନାୟକ ଓ ଜ୍ୟୋତିରାଜପତତି ମାମଲା ପରିଚାଳନା କରିଥିଲେ ।