ଯୋଗଭ୍ୟାସ ଶରୀରକୁ ସୁସ୍ଥ ଓ ନିରୋଗ ରଖେ
ନାଉଗାଁ : ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏନ.ସି.ସି(୧) ଓଡିଶା ଆର୍ମି ବାଟାଲିୟାନ କଟକର ନିର୍ଦ୍ଦେଶ ଅନୁସାରେ ସ୍ଥାନୀୟ ଅଲଣାହାଟ ଉଚ୍ଚ ବିଦ୍ୟାଳୟ ପରିସରରେ ଆର୍ନ୍ତଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଶିବିରରେ ଅଲଣାହାଟ ଉଚ୍ଚ ବଦିୟାଲୟର ୮୫ଜଣ,ନାଉଗାଁ ଉଚ୍ଚ ବିଦ୍ୟାଳୟରୁ ୭୭ଜଣ ଓ ଅଙ୍ଗେଶ୍ୱରପଡା ଉଚ୍ଚ ବିଦୟାଳୟରୁ ୪୩ଜଣ ସମର ଶିକ୍ଷାର୍ଥୀ ବାହିନୀ ମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅଲଣାହାଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଲ୍ଲାସ ଚନ୍ଦ୍ର ରାୟ ଯୋଗ ଶିବିରକୁ ଉଦଘାଟନ କରି ଆର୍ନ୍ତଜାତୀୟ ଯୋଗ ଦିବସ ସାରା ବିଶ୍ୱର ୧୭୨ଟି ଦେଶରେ ଏକା ସାଙ୍ଗରେ ପାଳିତ ହେଉଛି । ଏହା ମଣିଷର ଶାରିରୀକ ଓ ଆଧ୍ୟାତ୍ମିକ ବିକାଶ କରିବା ସହ ଦୀର୍ଘାୟୁ କରେ ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କ ସହିତ କେୟାର ଟେକର ଅଫିସର ଅମୂଲ୍ୟ କୁମାର ମିଶ୍ର,ନାଉଗାଁ ଏନ.ସି.ସି ଅଫିସର ଭାବଗ୍ରାହୀ ଭୋଳ ଓ ଜ୍ଞାନ ରଂଜନ ବିଶ୍ୱାଳ ପ୍ରମୂଖ ଯୋଗ ଦେଇ ଯୋଗ ଆଧ୍ୟାତ୍ମିକ ଅନୁଶାସନ ଏବଂ ଅତ୍ୟନ୍ତ ସୂଷ୍ମ ବିଜ୍ଞାନ ଉପରେ ଆଧାରିତ ଜ୍ଞାନ ଯାହା ବିଦ୍ୟାର୍ଥୀମାନଙ୍କୁ ସୁସ୍ଥ ଜୀବନର କଳା ଓ ବିଜ୍ଞାନର ମାର୍ଗଦର୍ଶନ କରେ ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଠ ଯୋଗ ଗୁରୁ ବୁଦ୍ଧଦତ ମିଶ୍ର ଯୋଗ ଦେଇ ଯୋଗର ବିଭିନ୍ନ ଆସନ ଗୁଡିକୁ ଉପସ୍ଥିତ ପିଲାମାନଙ୍କୁ ପ୍ରଦର୍ଶିତ କରି ଶିକ୍ଷା ଦେଇଥିଲେ । ସେହିପରି ଗଂଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ମହାବିଦ୍ୟାଳୟ, ଶାଳିଜଙ୍ଗା ଶିଶୁ ବିଦ୍ୟା ମନ୍ଦିର, ଓଷକଣାର ହରିଓମ ଟୁଙ୍ଗି ଆଦି ସ୍ଥାନରେ ପାଳିତ ହୋଇଯାଇଛି ।


