ଯୋଗାଣ ନିରୀକ୍ଷକଙ୍କ ଦାୟିତ୍ବ ଗ୍ରହଣ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ନୂତନ ଯୋଗାଣ ନିରୀକ୍ଷକ ଭାବେ ଶ୍ରୀମତୀ ସନ୍ଦିପା ଦାସ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି।ଏଠାରେ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିବା ଯୋଗାଣ ନିରୀକ୍ଷକ ରେବତୀସ ସିଂ ନାୟକଙ୍କ ବଦଳି ହୋଇଯିବା ପରେ ଉକ୍ତ ପଦବୀଟି ଖାଲି ପଡିଥିଲା। ଇତିମଧ୍ୟରେ ଦୁଇଜଣ ଅସ୍ଥାୟୀ ଅଧିକାରୀ ଦାୟିତ୍ୱ ତୁଲାଇଥିବା ବେଳେ ଏବେ ନୂତନ ଅଧିକାରୀଣି ଭାବେ ଶ୍ରୀମତୀ ଦାସ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ ଏହା ପୂର୍ବରୁ ବାସୁଦେବପୁର ଓ ଭଦ୍ରକ ମୁନସିପାଲଟିରେ କାର୍ଯ୍ୟ କରିଥିବା ବେଳେ ଏବେ ଭଣ୍ଡାରିପୋଖରୀରେ ଯୋଗାଣ ନିରୀକ୍ଷକ ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି।