ଯୋଗାଣ ବିଭାଗ ଚଢ଼ାଉ, ୭୦ ଏଲପିଜି ସିଲିଣ୍ଡର ଜବତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଅମଲାପଡାରେ ଥିବା ଏକ ଦୋକାନ ଘରୁ ୭୦ ଟି ଗ୍ୟାସ ସିଲିଣ୍ଡର ଜିଲ୍ଲା ଯୋଗାଣ ବିଭାଗ ଜବତ କରିଛି। କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ସନ୍ଧ୍ୟା ୬ଟା ସମୟରେ ଗୋଟିଏ ବନ୍ଦ ରହିଥିବା ଦୋକାନ ଘରେ ଚଢ଼ାଉ କରାଯାଇଥିଲା। ସେଠାରେ ବେଆଇନ ଭାବରେ ଗଛିତ ଥିବା ବିଭିନ୍ନ କମ୍ପାନୀର ୭୦ଟି ଏଲପିଜି ସିଲିଣ୍ଡର ଜବତ କରାଯାଇଛି। ଏ ନେଇ ଶରତ ଚନ୍ଦ୍ର ଦାଶ ନାମକ ଜଣେ ବ୍ୟବସାୟୀଙ୍କୁ ଅଟକ ରଖି ପଚରା ଉଚୁରା କରିଛନ୍ତି ଯୋଗାଣ ଅଧିକାରୀ। ଏତେ ପରିମାଣରେ ଗ୍ୟାସ ସିଲିଣ୍ଡର କେଉଁଠାରୁ ଆସିଲା ସେ ନେଇ ତଦନ୍ତ ଜାରୀ ରହିଥିବା ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଏହି ଚଢାଉରେ ଅତିରିକ୍ତ ଯୋଗାଣ ଅଧିକାରୀ ସୂର୍ୟ୍ୟ କୁମାର ପାଣିଗ୍ରାହୀ, ପି ଭାର୍ଗବୀ, ଯୋଗାଣ ନୀରିକ୍ଷିକା କବିତା ରାଣୀ ବେହେରା ପ୍ରମୁଖ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ