ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ସଂକ୍ରାନ୍ତ ସଚେତନତା କର୍ମଶାଳା

ବାଲେଶ୍ୱର(ଯୁଗାବ୍ଦ ନ୍ୟୁଜ୍‍): ସ୍ଥାନୀୟ ଗାନ୍ଧୀସ୍ମୃତି ଭବନଠାରେ ସୁ-ହାମ ଫାଉଣ୍ଡେସନ ଓ ବିଶ୍ୱାସ ସ୍ୱେଚ୍ଛାସେବୀ ସଂଗଠନର ମିଳିତ ଆନୁକୂଲ୍ୟରେ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଉପରେ ଏକ ସଚେତନା କାର୍ଯ୍ୟକ୍ରମ ଏବଂ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ା ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଉଦ୍ଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀ ଯୋଗ ପ୍ରେମୀଙ୍କ ଦ୍ୱାରା ରେଲୱେ ଷ୍ଟେସନ ସମ୍ମୁଖରୁ ଏକ ସଚେତନତା ପଦଯାତ୍ରା ବାହାରି ଗାନ୍ଧୀସ୍ମୃତି ଭବନଠାରେ ପହଞ୍ଚିଥିଲା । ବିଶ୍ୱାସ ସଂଗଠନର ସଂପାଦକ ସଂଗ୍ରାମ କେଶରୀ ପରିଡା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସୁ-ହାମ ଫାଉଣ୍ଡେସନ ପକ୍ଷରୁ ଡା. ସୁଜାତା ପଣ୍ଡା ଓ ତାଙ୍କ ଟିମ୍ ଦ୍ୱାରା ଯୋଗ ଏବଂ ପ୍ରାକୃତିକ ଚିକିତ୍ସାର ଉପଯୋଗିତା ବିଷୟରେ ଆଲୋଚନା କରିଥିଲେ । ଏଥିସହିତ ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ ପ୍ରଦର୍ଶନ ସହିତ ଏହାର ଉପକାରିତା ବିଷୟରେ ଆଲୋକପାତ କରିଥିଲେ । ଏହି ଆଲୋଚନାଚକ୍ରରେ ଯୋଗ ବିଶେଷଜ୍ଞମାନେ ପ୍ରାକୃତିକ ପଦ୍ଧତିଦ୍ୱାରା ଆରୋଗ୍ୟ ରହିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସନ୍ତୋଷ କୁମାର ପାତ୍ର ଯୋଗ ଦେଇଥିଲେ । ବିଦ୍ୟାଭୂଷଣ, ମଧୁ ଓ ମୀନା କାର୍ଯ୍ୟ ପରିଚାଳନା କରିଥିବା ସ୍ଥଳେ ସଭାପତି ସୁଧାଂଶୁ ଜେନା, ସୁଶାନ୍ତ ସାହୁ, ଚନ୍ଦନ, ଅନୀଲ, ମନ୍ମଥ, ଅରୁଣ, ଅଞ୍ଜନ, ହରେକୃଷ୍ଣ, ରୁବୀନା, ସାହିମନ, ଜୁଲିୟସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ