ଯୋଗ କେନ୍ଦ୍ର ପକ୍ଷରୁ ଗୁରୁ ପୂର୍ଣ୍ଣିମା

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ବିଭିନ୍ନ ଯୋଗକେନ୍ଦ୍ର ପକ୍ଷରୁ ବିବେକାନନ୍ଦ ମାର୍ଗସ୍ଥିତ ଲଳିତେଶ୍ୱରୀ କାଳି ମନ୍ଦିର ପ୍ରାଙ୍ଗଣରେ ଗୁରୁ ବ୍ୟାସଦେବଙ୍କ ଜନ୍ମଦିନ ତଥା ଗୁରୁପୂର୍ଣ୍ଣିମା ପାଳିତ ହୋଇଯାଇଛି । ବ୍ରାହ୍ମ ମୁହୂର୍ତ୍ତରୁ ଏକ ସମୂହ ଧ୍ୟାନରୁ ଆରମ୍ଭ ହୋଇ ପରେ ପରେ ୧୦୮ ଓମ୍ ଜପ ସମସ୍ତେ ଆନନ୍ଦ ମନରେ ଜପ କରିଥିଲେ । ଜପ ପରେ ଗୁରୁପୂଜନ ଓ ବନ୍ଦନ କାର୍ଯ୍ୟ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଯୋଗ ମହୋତ୍ସବ ସମିତି ବାଲେଶ୍ୱରର ସଭାପତି ସୁଜୀବ କୁମାର ଜେନା ପରିଚାଳିତ କରିଥିଲେ । ପ୍ର. ଚିତ୍ତରଞ୍ଜନ ଦାଶ, ପ୍ର. ଜୟସ୍ମିତ ନାୟକ, ସ୍ନେହଲତା ଦାସ, ଉମାଶ୍ରୀ, ଜ୍ୟୋତ୍ସ୍ନାଲତା ଜେନା, ବିଜୟଲକ୍ଷ୍ମୀ ଜେନା, ଧ୍ରୁବଚରଣ ବେହେରା, ସୀତାରାଣୀ ବେହେରା, ମୀନା ସେଠୀ, ଅନିତା ମିଶ୍ର, ଅର୍ଚ୍ଚନା କର, ବ୍ୟାସଦେବ ରାଉତ, ରୀତା ରାଉତ, ବିଶ୍ୱନାଥ ମଲ୍ଲିକ, ନାରାୟଣ ପାତ୍ର, ଆଦିତ୍ୟ ଦାଶ, ସରସ୍ୱତୀ ଭୋଇ, ଗୀତାଞ୍ଜଳି ପଣ୍ଡା, ତୃପ୍ତି ପୋଥାଳ, ସୂର୍ଯ୍ୟ କୁମାର ପୋଥାଳ, ରବୀନ୍ଦ୍ର ବାରିକ, ଦିବ୍ୟକର୍ତ୍ତୀ ଭୂୟାଁ, ରଞ୍ଜନ ବେହେରା ଦିବାକର ପରିଡ଼ା, ଶାନ୍ତି ପରିଡ଼ା, ସ୍ନେହଲତା ସାହୁ, ସୁବାସିନୀ ପରିଡ଼ା, ମାୟା ସରାୱଗି, ସବିତା ଖଣ୍ଡେଲୱାଲ, ସୃଷ୍ଟିଧର ପରିଡ଼ା, ପ୍ରଭୃତି ସାଧକ ସାଧିକାମାନେ ଅଂଶଗ୍ରହଣ କରିଥିଲେ । ଅପରାହ୍ନରେ ମଣ୍ଡଳବଜାର ସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ଯୋଗକେନ୍ଦ୍ର ତରଫରୁ ଅନ୍ୟ ଏକ ଗୁରୁପୂଜନ ଉତ୍ସବ ଓ ଦର୍ଜୀପୋଖରୀ ଯୋଗ କେନ୍ଦ୍ର ତରଫରୁ ଏକ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ