ଯୋଗ ଦିବସରେ ହାତୀଓଟ ହାଇ ସ୍କୁଲରେ ବୃକ୍ଷ ରୋପଣ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଜୁନ ୨୧ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୋଗ, ପ୍ରାଚୀନ ଭାରତୀୟମାନଙ୍କ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଗୁଡିକରେ ଅନ୍ତର୍ଭୁକ୍ତ ଥିଲା। ଭାରତ ସରକାର ଯୋଗ କୁ ଆନ୍ତର୍ଜାତୀୟ ମାନ୍ୟତା ପାଇଁ ମିଳିତ ଜାତିସଂଘ ରେ ଆବେଦନ କରିଥିଲେ । ୨୦୧୪ ଡିସେମ୍ବର ୧୧ ତାରିଖ ଦିନ ଜାତିସଂଘର ୬୯ ତମ ଅଧିବେଶନରେ ଜୁନ ୨୧ ତାରିଖ ଦିନ ବିଶ୍ୱ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ୨୦୧୫ ଜୁନ ୨୧ ତାରିଖ ଦିନ ସାରା ବଶ୍ୱ ପ୍ରଥମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଥିଲେ I ସେହି ପବିତ୍ର ଯୋଗ ଦିବସ ଉପଲକ୍ଷେ ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମା ଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଓ ଏନସିସି ଅଫିସର ନିରାନନ୍ଦ ସାହୁଙ୍କ ତତ୍ତ୍ୱାବଧାନରେ ଏନସିସି କ୍ୟାଡେଟ ବୃନ୍ଦ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିବା ସହ ଯୋଗ ଅଭ୍ୟାସ କରିଥିଲେ ।