ଯୋଗ ଦିବସ ପାଳିତ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବରେଡ କ୍ରସ, ସ୍କାଉଟ ଏବଂ ଜାତୀୟ ସେବା ଯୋଜନା ମିଳିତ ଆନୁକୂଲ୍ୟ ରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି |ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଭଞ୍ଜନଗର ପତଞ୍ଜଳି କେନ୍ଦ୍ରର ଯୋଗ ଗୁରୁ ଲଡୁ କିଶୋର ସୁବୁଦ୍ଧି ଯୋଗାଚାର୍ଯ୍ୟ ରୂପେ ଯୋଗ ଦେଇ ଯୋଗ କୌଶଳ ଶିଖାଇଥିଲେ | ଆଦର୍ଶ ବିଦ୍ୟାଳୟ ଛାତ୍ରୀ ସ୍ମାଇଲ ମହାରଣା ନିଜର ଯୋଗ କୌଶଳ ପ୍ରଦର୍ଶନ କରିଥିଲେ |ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ପରିଚାଳନା କରିଥିଲେ |ଅନ୍ୟ ମାନଙ୍କ ଭିତରେ ବେଣୁ ଭାଇ, କାନ୍ହୁ, ପଦ୍ମ ଚରଣ ନାୟକ ପ୍ରମୁଖ ସହଯୋଗ କରିଥିଲେ |