ଯୋଗ ମଣିଷର ଐଶ୍ୱରିକ ଶକ୍ତି ଜାଗ୍ରତ କରାଇଥାଏ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଡଗରପଡାସ୍ଥିତ ତୈଲ୍ୟସାଇରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଯୋଗ ଶିବିରକୁ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ତଥା ପ୍ରଖୟାତ ମାର୍ଗଦର୍ଶିକା ସ୍ୱାଧୀ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଉଦଘାଟନ କରି କହିଥିଲେ ଯେ ଯୋଗାସନର ବହୁତ ଗୁଡିଏ ଉପକାରିତା ରହିଛି । ଏହା ମଣିଷକୁ ସୁସ୍ଥ, ନିରାମୟ ରଖିବା ସହିତ ଶରୀର ଭିତରେ ଥିବା ଐଶ୍ୱରିକ ଶକ୍ତିକୁ ଜାଗ୍ରତ କରାଇଥାଏ । ଏଥିସହିତ ଯୋଗ ପ୍ରତିଟି ମଣିଷକୁ ସରଳ ଓ ନିରାଡମ୍ବର ଜୀବନଯାପନ ପାଇଁ ପ୍ରେରିତ କରିବା ସହିତ ସମ୍ପୂର୍ଣ୍ଣ ନିରୋଗ ରଖିବାରେ ସହଯୋଗ କରିଥାଏ ଏବଂ ଈଶ୍ୱରଙ୍କ ନିକଟତର କରିଥାଏ ବୋଲି ଶ୍ରୀମା କହିଥିଲେ । ପରେ ଶାରିରୀକ ଗୁରୁମା ପାତଞ୍ଜଳୀ ଯୋଗକୁ ଲୋକଲୋଚକୁ ଆଣି ମଣିଷକୁ ନିରୋଗ ରଖିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ରେଭେନସା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପିକା ସୁରେକ୍ଷା ସୁନ୍ଦରୀ ଦାସ ମଞ୍ଚ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ