ଯୋଗ ମହିଳାସମିତି ଦ୍ୱାରା ୭୩ତମ ସ୍ୱାଧୀନତା ଦିବସ ସହ ରକ୍ଷା ବନ୍ଧନ ପାଳିତ
ବ୍ରହ୍ମପୁର : ଲାଞ୍ଜିପଲ୍ଲୀସ୍ଥିତ କାଞ୍ଜିଆମ୍ମା ମନ୍ଦିରରେ ୭୩ ତମ ସ୍ୱାଧୀନତା ଦିବସ ସମିତିର ସମ୍ପାଦକ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହରାଜଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ସ୍ୱାଧୀନତା ଦିବସରେ ନୂତନ ଭାବେ ଚୟନ ହୋଇଥିବା ଉପସଭାପତି ଜଗନ୍ନାଥ ପାଣିଗ୍ରାହୀ ପତାକା ଉତ୍ତୋଳନ କରିବା ସହ ବୀଣାପାଣି ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟା ମାମି ଗୁରୁମାଙ୍କ ସହିତ ସମସ୍ତ ଗୁରୁମା ଓ ଛାତ୍ରଛାତ୍ରୀ ଯୋଗଦାନ କରି ଜାତୀୟ ସଙ୍ଗୀତ ଗାନ କରିଥିଲେ । ସମିତିର ସଭାନେତ୍ରୀ ପି.ଭାନୁମତି ଦୋରା, ଉପସଭାନେତ୍ରୀ ଶାରଦା ପାଣିଗ୍ରାହୀ, ସହ ସମ୍ପାଦକ ସୁଦୀପ କୁମାର ସାହୁ, ଅକ୍ଷୟ କୁମାର ରଥ, ଜଗନ୍ନାଥ ନାୟକଙ୍କ ସମେତ ସମିତିର ସଦସ୍ୟା ରେଣୁକା ସାହୁ, କୁନି ପାତ୍ର, କାନ୍ତାମ୍ମାଙ୍କ ସହିତ ସମିତିର ସମସ୍ତ ସକ୍ରୀୟ ସଦସ୍ୟାମାନେ ଉପସ୍ଥିତ ଥିଲେ । ୧୯୪୭ ଅଗଷ୍ଟ ୧୫ ତାରିଖ ଦିନ ଭାରତର ବହୁ ତ୍ୟାଗୀ ମହାପୁୁରୁଷମାନଙ୍କ ଦ୍ୱାରା ଅକ୍ଳାନ୍ତ ପରିଶ୍ରମ ତଥା ଦୃଢ଼ ଆଶା ଓ ସମୂହ ଆନ୍ଦୋଳନ ମଧ୍ୟଦେଇ ଭାରତକୁ ବ୍ରିଟିଶ୍ ଶାସନରୁ ମୁକ୍ତ କରିଥିଲେ । ତେଣୁ ସେହି ଦିନର ସ୍ମୃତିକୁ ପ୍ରତି ବର୍ଷ ଆମ୍ଭେ ଅଗଷ୍ଟ ୧୫ ତାରିଖକୁ ସ୍ୱାଧୀନତା ଦିବସ ରୂପେ ପାଳନ କରୁଛୁ । ଦେଶର ଭବିଷ୍ୟତ ବଂଶଧର ତଥା ଯୁବପିଢ଼ୀମାନଙ୍କ ଉଦ୍ଦେଶ୍ୟରେ ଜଗନ୍ନାଥ ପାଣିଗ୍ରାହୀ ଓ ସ୍ୱାମୀଜୀ କହିଥିଲେ ଯେ, ଆଜିର ଆହ୍ୱାନ- “ନିଜେ ନିଜର ପରିବେଶର ସାମଗ୍ରୀକ ଉନ୍ନତି କରିବା ପାଇଁ ସଦା ପ୍ରଚେଷ୍ଟା କରିବା । ଶେଷରେ ସଭାନେତ୍ରୀ ପି. ଭାନୁମତୀ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି କାଞ୍ଜିଆମ୍ମା ମନ୍ଦିର ପ୍ରାଙ୍ଗଣରେ ସଭାନେତ୍ରୀ ପି. ଭାନୁମତୀ ଦୋରା ଓ ଉପ ସଭାନେତ୍ରୀ ଶାରଦା ପାଣିଗ୍ରାହୀଙ୍କ ସହଯୋଗରେ ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ପାଳନ ହୋଇଯାଇଛି । ଆବାହମାନ କାଳରୁ ପୂର୍ଣ୍ଣିମାକୁ ସମସ୍ତ ପ୍ରକାର ସମସ୍ୟାରୁ ରକ୍ଷା କରିବା ଉଦ୍ଦେଶ୍ୟ ନେଇ ଏହା ପାଳନ କରାଯାଏ । ଭଉଣୀମାନେ ସୁରକ୍ଷାର କବଚ ସ୍ୱରୂପ ଭାଇମାନଙ୍କୁ ଏହି ପୂର୍ଣ୍ଣିମାରେ ରାକ୍ଷୀ ବାନ୍ଧିଥାନ୍ତି । କାର୍ଯ୍ୟକ୍ରମରେ ସଂଘର ଉପସଭାପତି ଜଗନ୍ନାଥ ପାଣିଗ୍ରାହୀ, ସମ୍ପାଦକ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ, ସହ ସମ୍ପାଦକ ସୁଦୀପ କୁମାର ସାହୁ, କାନ୍ତାମ୍ମା ପାତ୍ର, କୁନି ପାତ୍ର, ବେଣୁଧର ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ ।