ଯୋଗ ଶରୀର ଓ ମନକୁ ସୁସ୍ଥ ରଖେ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସାମାଜିକ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଯୋଗ ଦିବସ 2024 ସ୍ଥାନୀୟ ସହିଦ ନଗର ଠାରେ ଅନୁଷ୍ଠିତ ହୋଇ ଯାଇଛି. ଯୋଗ ଶରୀର ଓ ମନକୁ ସୁସ୍ଥ ରଖିବା ସହ ନୂତନ କର୍ମ, ଅନୁଚିନ୍ତା ପାଇଁ ବେଶ ଫଳପ୍ରଦ ହୋଇ ଥାଏ ବୋଲି ଅନୁଷ୍ଠାନ ର ସଭାପତି ସମାଜସେବୀ ଶିବ ନାରାୟଣ ମିଶ୍ର ମତବ୍ୟକ୍ତ କରିଥିଲେ. ନିଜେ ଯୋଗ କରିବା ସହିତ ଅନ୍ୟମାନଙ୍କୁ ଏ ଦିଗରେ ପ୍ରେରିତ କରାଇବାକୁ ସମ୍ପାଦିକା ସମିତା ମହାରଣା କହିଥିଲେ. ଅରବିନ୍ଦ ତ୍ରିପାଠୀ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ଭାରତ ସାରା ବିଶ୍ୱ ରେ ଯୋଗର ପ୍ରସାର /ପ୍ରଚାର ପାଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନେଇଛି ବୋଲି ମତ ରଖିଥିଲେ.ସୀତାଂଶୁ ଶେଖର ମହାରଣା ଓ ଅନ୍ୟ ସଦସ୍ୟ /ସଦସ୍ୟା ମାନେ ଯୋଗ କରିବା ସହିତ ଏହାର ବ୍ୟାପକ ପ୍ରସାର, ପ୍ରଚାର ପାଇଁ ସମସ୍ତେ ଆଗେଇ ଆସିବାକୁ ସଂକଳ୍ପ ନେଇଥିଲେ.