ଯୋଗ ଶିବିର ସ୍ଥାନ ଜବରଦଖଲ ,ଉଚ୍ଛେଦ ଦାବି କଲେ ସିନିଅର ସିଟିଜେନ ଫୋରମ

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ଆରଏମସି ମାର୍କେଟ ପରିସରରେ ଏକ ପରିତ୍ୟକ୍ତ ସେଡ଼ରେ ହିଂଜିଳିକାଟୁ ସିନିଅର ସିଟିଜେନ ପକ୍ଷରୁ ୫ବର୍ଷ ଧରି ପ୍ରତିଦିନ ସକାଳେ ଯୋଗ ଶିବିର ଅନୁଷ୍ଠିତ ହେଉଥିଲା । ତେବେ ଗତ କିଛି ଦିନ ଧରି ଉକ୍ତ ସ୍ଥାନକୁ ଆରଏମସିରେ ଅନ ଲାଇନ ମାର୍କେଟ ୟାର୍ଡ଼ ନିର୍ମାଣ କରୁଥିବା ନିର୍ମାଣ ସଂସ୍ଥା ଆବଦ୍ଧ କରି ଅକ୍ତିଆର କରିବା ଫଳରେ ଯୋଗ ଶିବିର ଉକ୍ତ ସ୍ଥାନରେ ପରିଚାଳନା କରିବା ବାଧା ସୃଷ୍ଟି ହୋଇଛି । ଉକ୍ତ ସ୍ଥାନରେ ପୂର୍ବପରି ଯୋଗ କରିବା ନିମନ୍ତେ ଉକ୍ତ ଜାଗାକୁ ଖାଲି କରିବା ପାଇଁ ପଦକ୍ଷେପ ନେବାକୁ ସିନିୟର ସିଟିଜେନ ଫୋରମ ପକ୍ଷରୁ ଦାବି ହୋଇଛି । ଫୋରମର ବହୁ ସଦସ୍ୟଙ୍କ ଦସ୍ତଖତ ପତ୍ର ଏଥିନେଇ ଗଂଜାମ ଜିଲାପାଳ, ଛତ୍ରପୁର ଉପ ଜିଲାପାଳ ତଥା ଆରଏମସି ଅଧ୍ୟକ୍ଷ, ହିଂଜିଳିକାଟୁ ତହସିଲଦାର , ବିଡ଼ିଓ,ପୋ÷ର କର୍ତୃପକ୍ଷ ଓ ଅନ୍ୟାନ୍ୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଫୋରମର ସଭାପତି ତଥା ପୂର୍ବତନ ପୋ÷ର ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ସମ୍ପାଦକ ଚିତ ରଂଜନ ମହାରଣା, ବାବୁଲା ପୃଷ୍ଟି, ଡ଼ା ବୃନ୍ଦାବନ ପାଢ଼ି, ଉମା ଶଙ୍କର ପାଢ଼ି, ପଦ୍ମନାଭ ତ୍ରିପାଠି,ରବି ପାଣିଗ୍ରାହି, ପୂର୍ବତନ ବିଧାୟକ ହରିହର ସାହୁ ପ୍ରମୁଖ ଏଥିନେଇ ଚିଠିରେ ବିଭିନ୍ନ ଅଧିକାରୀଙ୍କ ସହ ଜିଲାପାଳଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ